STORYMIRROR

Jasoda Majhi

Abstract Inspirational

4  

Jasoda Majhi

Abstract Inspirational

ଆମ ସ୍ଵାଧୀନତା ଦିବସ

ଆମ ସ୍ଵାଧୀନତା ଦିବସ

1 min
244

ଆସ ଆସ ଭାଇ ଉଡେଇବା ବାନା

ସ୍ୱାଧୀନ ଦିିବସ ଆଜି ,

ଭାରତ ମାତାର ଗୁଣ ଗାଇ ଯିବା

ଦେଶର ରକ୍ଷକ ସାଜିି।।

ଆସ ଆସ ଭାଇ ବୀର ସୈନ୍ୟ ହୋଇ

ରଖିବା ଦେଶର ଟେକ,

ଅର୍ଜନ କରିବା କରିି ପରିଶ୍ରମ

ନ ହୋଇ ଆମେ ଭକ୍ଷକ।। 

ଆସ ଆସ ଭାଇ ଏକତ୍ରୀତ ହୋଇ

ଗାଇବା ଜାତୀୟ ଗୀତ,

ସଂଘର୍ଷ କରିବା ଦେଶ ଜାତି ପାଇଁଁ

କରିବା ଦେଶର ହିତ।।

ଆସ ଆସ ଭାଇ ପଛ ଘୁଞ୍ଚା ନାହିଁ

ଆଗକୁ ଆସ ହେ ମାଡ଼ି଼ି଼ି଼ି  

ହାତରେ ତ୍ରିରଙ୍ଗା ଦେହରେ ଖଦଡ଼

ମୁଁଣ୍ଡରେ ପିିିିିିିିନ୍ଧି ପଗଡ଼ି ।।

ଆସ ଆସ ଭାଇ ଅଖଣ୍ଡତାା ପାଇଁ

କରିବା କେତେ ଉପାୟ ,

ଭାରତ ମାତାର ସୁରକ୍ଷା କରିିିବା   

ରଖିବା କୀର୍ତ୍ତି ବଜାାୟ ।।

ଆସ ଆସ ଭାଇ ଲଢ଼ିବା ହେ ଯାଇ

ବିିଦେଶି ଫକୀର ସଙ୍ଗେେ,

କରିବା କର୍ତ୍ତବ୍ଯ ରଖିବା ମହତ

ନିିିିଭାଇବା ନିଜ ଅଙ୍ଗ୍ଗେେ।।

ଆସ ଆସ ଭାଇ ଭିିିରୁଟେ ନ ହୋଇ

ଯବାନଟେେ ଆମେ ହେବା,

ଭାରତର ସୀମା ବାହାରରେ ରହି 

ଦେଶକୁ ସୁରକ୍ଷା ଦେବା।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract