STORYMIRROR

Jasoda Majhi

Abstract

4  

Jasoda Majhi

Abstract

ଝରଣା

ଝରଣା

1 min
243

ଗିରି କନ୍ଦରରୁ ବାହାର ହୋଇ ତୁ 

ଦୂରେ ବହିଯାଉ ଝରଣା,

ଝରି ଝରି ଯାଉ ଦୂରକୁ ଦୂରକୁ

ଲକ୍ଷ୍ୟ ଥାଏ ତତେ ଅଜଣା l


ବାଧକ ଯେ ସାଜେ ତୋ ଚଲାପଥରେ 

କାହାକୁ ତୁ କେବେ ଡରୁନା,

ଡେଇଁ ଡେଇଁ ଯାଉ ସଭିଙ୍କ ଶରୀର 

ଥରେ ଯାଇ ପୁଣି ଫେରୁନା l 


ତୋ ସୁଧା ପୟରେ ଭିଜେଇ ଦେଉ ତୁ

ବାଧକ ମାନଙ୍କ ଡେଣା,

ରଖି ପାରନ୍ତିନି ଅଟକାଇ ତତେ

ଆଗେଇ ଯାଉ ତୁ ଝରଣା l


ଉଠାଣି ଗଡ଼ାଣି ପଥ ନାହିଁ ତ ସହଜ

ଅସହଜ ତତେ ଲାଗେନା,

ସାକ୍ଷାତ ହେଉତୁ କେତେ ସାଙ୍ଗସାଥୀ

ସାଥେ ତୁ କାହାକୁ ନେଉନା l


ଝରି ଝରି ଯାଉ ଦୂରକୁ ଦୂରକୁ

ପଛକୁ ଫେରି ତୁ ଚାହୁଁନା,

ଅଲକ୍ଷ୍ୟ ହୋଇବା ଗୋଟିଏ ବାହାନା

ବିଶ୍ୱ ଭ୍ରମଣ ତୋ କାମନା l

   


Rate this content
Log in

Similar oriya poem from Abstract