Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Others Children

4  

Jasoda Majhi

Others Children

ରଜ

ରଜ

1 min
385


ଉତ୍କଳ ମାଟିର ଜାତୀୟ ପରବ

    ଆସିଲା ଦେଖରେ ରଜ

ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା

    ପର୍ବ ପର୍ବାଣୀରେ ସଜ  l


ପହିଲି ରଜରେ ଆନନ୍ଦର ବେଳ 

    ଆଜି ରଜ ସଙ୍କରାନ୍ତି

ଦ୍ଵିତୀୟ ଦିନରେ ମିଥୁନ ମାସରେ

   କୁଆଁରୀ ସଜ ହୁଅନ୍ତି   l


ପାଦରେ ଅଳତା କପାଳେ ଚନ୍ଦନ

   ନବ ବସ୍ତ୍ର ପିନ୍ଧି ଥାନ୍ତି

ପିଠା ମିଠା ସାଥେ ଆମ୍ବ ପଣସକୁ

    ମିଳି ମିଶି ଖାଇ ଥାନ୍ତି  l


ଆନନ୍ଦ ଉଲ୍ଲାସେ ନାଚ ଗୀତ ସାଥେ

   ଗାଁ ଦାଣ୍ଡ ହସୁଥାଏ

କୁଆଁରୀ କନିଆ ପାଦରେ ପଟୁକା

   ନୂପୁରର ଶବ୍ଦ ହୁଏ  l


ଦୋଳି ଖେଳୁ ଥାନ୍ତି ଗୀତ ବୋଲୁ ଥାନ୍ତି

   ସାଙ୍ଗ ସାଥି ପାନ ବଣ୍ଟା

ପ୍ରଚଳିତ ଗୀତ ପିଢ଼ି ପରେ ପିଢ଼ି

   ସେ ଗୀତରେ ଥାଏ ଥଟା  l


ଆଜିର ଦିନରେ ବଳଦେବ ପୂଜା

    ହଳ ଲଙ୍ଗଳ ପ୍ରତୀକ

ଶ୍ରଦ୍ଧାଳୁ ଭକତ ମନ୍ଦିର ଯାଆନ୍ତି

    ମୁଣ୍ଡେ ଲଗାନ୍ତି ତିଳକ  l


ମାତା ବସୁମତୀ ରଜବତୀ ହୁ'ନ୍ତି

   କୃଷକ କାମ ନ କରେ

ସ୍ୱାଦିଷ୍ଟ ବ୍ୟଞ୍ଜନ ଆହାର କରନ୍ତି

   ଦିନ ବିତଇ ଖୁସିରେ  l


ରଜ ଗଣ ପର୍ବ ଆମ ଓଡ଼ିଶାରେ

   ସୃଷ୍ଟି କରେ ଭାଇ ଚାରା   

ସ୍ନେହ ମୈତ୍ରୀ ପ୍ରିତି ପ୍ରେମର ବାରତା

   ସ୍ୱର୍ଗ ହୁଏ ବସୁନ୍ଧରା  l


Rate this content
Log in