ପବନ
ପବନ
ପବନରେ ତୁଯେ ଅମାନିଆ ହେଲେ
ଏପଟ ସେପଟ ଦୁନିଆଁ,
ସୁଲୁ ସୁଲୁ ହେଇ ବହିଗଲେ ଧୀରେ
ମନକୁ କରୁଛୁ କିନିଆ l
ତତେ କେବେ ଆଖି ଦେଖି ନାହିଁ ହେଲେ
ଅନୁଭବ ପ୍ରତି ମୁହୂର୍ତ୍ତେ,
ତୋ ସଂଚାରଣରେ ଜଗତ ଜୀବିତ
ନ ଥିଲେ କିଏ ଵା ରହନ୍ତେ l
ତୋ ମିଠା ସ୍ପର୍ଶ ଦିଅଇ ହରଷ
ଜାଣି ଜିଣି ନେଉ ଜଗତ,
ତୋ କ୍ରୋଧ ବିଷାଦ ଆସିଲେ ବିପଦ
ପୃଥ୍ଵୀ ହୁଏ କ୍ଷତ କ୍ଷତାକ୍ତ l
ଚାରିଦିଗ ସାରା ବିରାଜମାନ ତୁ
ସମାନତା ତୋହଠୁ ଶିଖେ,
ଯେଉଁଠାରେ ତୋର ସୁକ୍ଷ୍ମ ଉପସ୍ଥିତି
ଘୁର୍ଣ୍ଣି ବାତ୍ୟା ସେଠି ଜାଗେ l
ନାହିଁ ତୋର ରୂପ ନାହିଁ ତୋର ରଙ୍ଗ
ନାହିଁ ତୋ ନିର୍ଦ୍ଧିଷ୍ଟ ଘ୍ରାଣ ( ଗନ୍ଧ )
ତୋର ବିଚରଣେ ସଂସାର କୁଶଳ
ଦେହେ ଧରିଛନ୍ତି ପ୍ରାଣ l
ଯେମିତି ଜାଗାରେ ସେମିତି ରହିବା
ଏହା ଅଟେ ତୋର ଗୁଣ,
ଯେଉଁଠାକୁ ଯାଉ ସେହିପରି ରହୁ
ସର୍ବ ସ୍ଥାନେ ତୁ ନିପୁଣ l