STORYMIRROR

Jasoda Majhi

Children

4  

Jasoda Majhi

Children

ପ୍ରକୃତିର ଶିକ୍ଷା

ପ୍ରକୃତିର ଶିକ୍ଷା

1 min
250

ଜାଣିବାକୁ ଇଚ୍ଛା କରିଛ କି କେବେ

ପ୍ରକୃତି ଆମର ଗୁରୁ

କେତେ କଥା କହି ଦିଏ ସେ ସଭିଙ୍କୁ

ଆମେ ତା ଜାଣି ନ ପାରୁ

ଦାନଵ ପରିକା କଷ୍ଟ ଦେଇଚାଲୁ 

ନିର୍ଦ୍ଦୟ ପରିକା ନଷ୍ଟ କରିଚାଲୁ,

ଜାଣିବାକୁ ଇଚ୍ଛା କରିଛ କି କେବେ

ପ୍ରକୃତି ଆମର ଗୁରୁ ।


ନ ଥିଲା ଯେବେ ଏ ଶିକ୍ଷା ଅନୁଷ୍ଠାନ

ଥିଲା ଏ ପ୍ରକୃତି ରାଜି 

ନ ଥିଲା ଗୁଗୁଲ କମ୍ପ୍ୟୁଟର ଶିକ୍ଷା

ପ୍ରକୃତି ଠାରୁ ସବୁ ସୃଷ୍ଟି,

ହୀନିମାନୀ ଆମ ମଣିଷ ଜାତିଟା

ଛଳନାରେ ଭରା ପ୍ରକୃତି ପ୍ରୀତିଟା

ଵିଵେକୀ ହୋଇ ବିବେକ ହୀନ

ପରିକା କାର୍ଯ୍ୟ କରୁ

ଜାଣିବାକୁ ଇଚ୍ଛା କରିଛ କି କେବେ

ପ୍ରକୃତି ଆମର ଗୁରୁ ।


ପ୍ରକୃତି ଆମକୁ କେତେ ଶିକ୍ଷା ଦିଏ

ତାହାର କଳନା ନାହିଁ

କେତେ କେତେ ମହାରୁଷି ହେଲେ ଜ୍ଞାନୀ

ପ୍ରକୃତି କୋଳରେ ରହି,

ଶୀତରେ କାକର ବରଷାରେ ଝରି

ପରିବର୍ତ୍ତନର ରୂପ ଅଛି ଧରି,

ଜୀବନର ସବୁ ପଥ ଦେଖାଏ ସେ

ଆମେ ତା ଭାବି ନ ପାରୁ

ଜାଣିବାକୁ ଇଚ୍ଛା କରିଛ କି କେବେ

ପ୍ରକୃତି ଆମର ଗୁରୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children