Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Abstract

4  

Jasoda Majhi

Abstract

ବୃକ୍ଷର ମହାନତା

ବୃକ୍ଷର ମହାନତା

1 min
261


ବୃକ୍ଷ ଆମର ଜୀବନରେ ଭାଇ

ବୃକ୍ଷ ଆମର ଜୀବନ

ଦିଏ ସୁଶୀତଳ ପବନ ସାଥିରେ

ସୁନିର୍ମଳ ଅମ୍ଳଜାନ l


ବାଟୋଇକୁ ଦିଏ ସୁଶୀତଳ ଛାଇ

ଭୋକିଲାକୁ ଦିଏ ଆହାର,

ଫଳମୂଳ ଫୁଲ ଭିନ୍ନ ପ୍ରକାରର 

ପୁଣି ଭିନ୍ନ ଭିନ୍ନ ସ୍ୱାଦର l


ଡାଳରେ ତାହାର କେତେ କେତେ ଜୀବ

ବାସସ୍ଥଳୀ କରି ରୁହନ୍ତି,

ମୂଳରେ ତାହାର ଛାଇ ତଳ ବୋଲି

ଗାତ ଖୋଲି ସୁଖେ ଜିଅଁନ୍ତି l


ପତ୍ର ଠାରୁ ଚେର ଛାଲି ଠାରୁ କ୍ଷୀର

ଆସଇ କାମରେ ସଦା ,

ତା ସର୍ବ ଅଙ୍ଗରେ ଔଷଧ ରହିଛି

ଯତ୍ନରେ ରଖ ସର୍ବଦା l


ଆମ୍ବ,ଜାମୁକୋଳି,କେନ୍ଦୁ,ବରକୋଳି

ଚାହାର କୁସୁମ ଅଁଳା,

କେତକୀ,ହେନା,ଟଗର,ମନ୍ଦାର

ହରିଡ଼ା,ବାହାଡା ,ଝୁଣା l


କେତେ ଜାତି ଗଛ କେତେ ଜାତି ଫୁଲ

କେତେ ଜାତି ଫଳମୂଳ,

ବୃକ୍ଷ ରୋଇଲେ ଯତନେ ରଖିଲେ

ହେବ ଆମର ମଙ୍ଗଳ l

    

 


Rate this content
Log in

Similar oriya poem from Abstract