ମରୀଚିକା
ମରୀଚିକା
ଜୀବନ ମରୁର କଣ୍ଟକିତ ପଥେ ହୋଇ ଆମେ ବାଟବଣା
ଝଡଝଞ୍ଜା ପୂର୍ଣ୍ଣ ମଣିଷ ଜୀବନ ଅଟଇ ତ ମୃଗତୃଷ୍ଣା।।
ଚାଲିବାକୁ ହେବ ଶହ ଶହ କୋଶ ଲକ୍ଷ୍ୟ ସ୍ଥଳ ବହୁ ଦୂର
ଉଙ୍କିମାରେ ମନେ ଅସୁମାରୀ ସ୍ବପ୍ନ କରିବାକୁ ଭରପୂର ।।
ନିରାଶାର ବାଲି ଅଟଇ ଜୀବନ ସ୍ନେହ ପ୍ରେମ ମରୀଚିକା
ମିଛମାୟା ଖାଲି ଏ ସାରା ସଂସାର ଜନ୍ମ ମୃତ୍ୟୁ ସଡ୍ୟ ଏକା। ।
ଜଳର ବିହୁନେ ବାଲୁକାର ସ୍ତୁପେ ଥାଏ ଖାଲି କଣ୍ଟାବୁଦା
ଜଳ ଅନ୍ମେଷଣେ ମରୀଚିକା ପଛେ ଧାଇଁ ଥାଏ ନର ସଦା
ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର୍ର ଧାଇଁ ମରୀଚିକା ପଛେ
ରାବଣ ନିର୍ଦ୍ଦେଶେ ମାୟାମୃଗ ସାଜି ମାରୀଚ ଘେନିଲା ପଛେ
ବୃଥା ମରୀଚିକା ପଛରେ ନ ଧାଇଁ ଦେଖିଲେ ବାସ୍ତବ ରୂପ
ଜୀବନର ଲକ୍ଷ୍ୟ ହୋଇବ ପୂରଣ ନୁହେଁ ଏହା କାଳ୍ପନିକ ।।
