STORYMIRROR

Sushma Manjari Dash

Abstract

3  

Sushma Manjari Dash

Abstract

ମରୀଚିକା

ମରୀଚିକା

1 min
299

ଜୀବନ ମରୁର କଣ୍ଟକିତ ପଥେ ହୋଇ ଆମେ ବାଟବଣା  

ଝଡଝଞ୍ଜା ପୂର୍ଣ୍ଣ ମଣିଷ ଜୀବନ ଅଟଇ ତ ମୃଗତୃଷ୍ଣା।।

ଚାଲିବାକୁ ହେବ ଶହ ଶହ କୋଶ ଲକ୍ଷ୍ୟ ସ୍ଥଳ ବହୁ ଦୂର

ଉଙ୍କିମାରେ ମନେ ଅସୁମାରୀ ସ୍ବପ୍ନ କରିବାକୁ ଭରପୂର ।।

ନିରାଶାର ବାଲି ଅଟଇ ଜୀବନ ସ୍ନେହ ପ୍ରେମ ମରୀଚିକା

ମିଛମାୟା ଖାଲି ଏ ସାରା ସଂସାର ଜନ୍ମ ମୃତ୍ୟୁ ସଡ୍ୟ ଏକା। ।

ଜଳର ବିହୁନେ ବାଲୁକାର ସ୍ତୁପେ ଥାଏ ଖାଲି କଣ୍ଟାବୁଦା

ଜଳ ଅନ୍ମେଷଣେ ମରୀଚିକା ପଛେ ଧାଇଁ ଥାଏ ନର ସଦା

ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର୍ର ଧାଇଁ ମରୀଚିକା ପଛେ

ରାବଣ ନିର୍ଦ୍ଦେଶେ ମାୟାମୃଗ ସାଜି ମାରୀଚ ଘେନିଲା ପଛେ

ବୃଥା ମରୀଚିକା ପଛରେ ନ ଧାଇଁ ଦେଖିଲେ ବାସ୍ତବ ରୂପ

ଜୀବନର ଲକ୍ଷ୍ୟ ହୋଇବ ପୂରଣ ନୁହେଁ ଏହା କାଳ୍ପନିକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Abstract