ଜନ୍ମଦିନ
ଜନ୍ମଦିନ
ଜନନୀ ଜଠରୁ ପ୍ରଥମ ଛୁଆଁ
ପ୍ରକାଶର ଦିଵ୍ୟ ଆଭା
ପ୍ରକୃତି କୋଳକୁ ଲେଉଟିବା ପାଇଁ
ମିଳିଲା ଗୋଟେ ରାହା ।
ଆଜିର ଦିନଟି, ଆଜିର ଦିନଟି
ଲେଖିଲା କେତେ କାହାଣୀ
କୋରା କାଗଜର ପ୍ରଥମ ଆକ୍ଷର
କିଛି ଆତ୍ମିୟତାର ଚାହାଣି ।
କୁନିକୁନି ହାତ କୁନିକୁନି ଆଖି
ପୂର୍ଣ୍ଣଚନ୍ଦ୍ରର ପ୍ରକାଶ
ଜେଜମା ଆଖିର ଅଲିଭା ଜ୍ୟୋତି
ଥିଲା ଆଶାର ଏକ ଝଲକ
ଖୁସିର ଲହରୀ ଉତ୍ସବ ଲଗନ
ପ୍ରଥମ ସନ୍ତାନ କୂଳର ପ୍ରଦୀପ
ଜୀବନର ପଥେ ମରମେ ମରମେ
ଦିଶେ ସେ ମମତାର ଛାପ ।
ସରଗ ପୁରୀର ଆନନ୍ଦ ସମ
ବିତିଲା ସେ ପିଲାଦିନ
ଉତ୍ଥାନ ପତନ ଜୀବନ ପଥେ
କେତେ ମାନ ସନମାନ ।
ନଦୀ ସାଗରରେ ମିଶିବା ଆଶା
ରହିଗଲା ଅଧୁରା
ଅମାନିଆ ହୃଦ ପୂର୍ଣ୍ଣତା ଆଶାରେ
ଖୋଜୁଛି ତୁମ ଠିକଣା ।
