Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Abstract

3  

baishnaba meher

Abstract

ପରିଚୟ

ପରିଚୟ

1 min
180


ପରିଚୟ ଖୋଜୁ ଖୋଜୁ...

ପହଞ୍ଚିଲି ଏକ ଇଲାକାରେ...

ଯୋଉଠି ଅନ୍ଧଙ୍କୁ ଆଇନା ଦିଆଯାଇଛି !

ପୁଣି ଅନୁସନ୍ଧାନେ ପାଇଲି...

ଭାଇ ସାଜିଛି ଭାଇର ଭଗାରୀ ।

ବା ରେ ଦୁନିଆ ବା...

ବିଚିତ୍ର ତୋ ଲୀଳା...

ଦରିଦ୍ର ଆହୁରି ଦରିଦ୍ର ହୁଏ,

ନାରୀଙ୍କୁ କହୁ ଅବଲା ।

ମନେ ନାହିଁ ବୋଧେ...

ପାପର ନାଶ ପାଇଁ...

ନାରୀ ହେଇପାରେ ଚଣ୍ଡୀ,

ପୁଣି ସାଜେ...

ସେ ମାଆ ଦୁର୍ଗତ ନାଶିନୀ ।

କୋଉଠି ଦେଖିଲି...

ରକ୍ତ ରଂଜିତା ସେ...

ନାବାଳିକା ଉପରେ ଦୁଷ୍କର୍ମ,

ମଣିଷ କି ଭୁଲିଗଲା...

ମାତୃ ଭଗ୍ନୀର ମର୍ମ ।

ପୁଣି ପରିଚୟ ଖୋଜୁଖୋଜୁ...

ପହଞ୍ଚିଲି ରାଜନେତା ପାଖେ,

ମିଥ୍ୟା ପ୍ରତିଶ୍ରୁତିଦେଇ କହିଲେ...

କାମ ହେଇଯିବ ବେଗେ ।

ଏମିତି ଅନେକ ପରିଚୟ ଖୋଜିଲି...

ପାଇଲିନି ସଠିକ ଠିକଣା,

ଗରିବ କୁଡ଼ିଆରେ ପହଞ୍ଚି...

ପାଇଲି କେତେ ଅଭ୍ୟର୍ଥନା ।

ଅନ୍ନଗଣ୍ଡେ ପାଇଁ ଭୋକିଲା...

ହେଲେ...

ଭୁଲିନି ସେ ମଣିଷ ପଣିଆ ।


Rate this content
Log in

Similar oriya poem from Abstract