STORYMIRROR

Biswaranjan Mohanty

Abstract

3  

Biswaranjan Mohanty

Abstract

କାଶତଣ୍ଡୀର ସୌନ୍ଦର୍ଯ୍ୟ

କାଶତଣ୍ଡୀର ସୌନ୍ଦର୍ଯ୍ୟ

1 min
241


ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ 

     

    ଲୋହିତ ଆକାଶ ତଳେ 


ଅପୂର୍ଵ ସୁନ୍ଦର ଦୃଶ୍ୟରେ ଶୋଭିତା 


    ପାର୍ବଣ ଋତୁର କାଳେ..... ll 


ନଭରେ ହସୁଛି ଶରତ ଯାମିନୀ 


     ଶରତେ ହସଇ କଇଁ 


ବଉଦ ଫାଙ୍କରୁ ଜହ୍ନ ଚାହୁଁଅଛି 


    ମୁରୁକି ହସକୁ ଦେଇ........ ll 


ନୀଳ ଆକାଶର ଚନ୍ଦ୍ରମାକୁ ଦେଖି 


   ଫୁଲେଇ ଧରଣୀ ରାଣୀ 


କାଶତଣ୍ଡୀ ଫୁଲେ ଗଭାକୁ ସଜାଏ 


    ସବୁଜ ବନାନୀ ବେଣୀ........... ll 


ସଧୀର ସମୀରେ ଅଧିର ମନରେ 


    କୁମୁଦିନୀ ଉଷା ପ୍ରେମେ 


ପ୍ରକୃତି ପ୍ରାଚୁର୍ଯ୍ୟ ଲାଗଇ ଆଶ୍ଚର୍ଯ୍ୟ 


    ଶରତର ଆଗମନେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract