ଅଲୋଡା
ଅଲୋଡା
ବାସ ସରିଗଲେ ଏଠି ଫୁଲ ତ ଅଲୋଡା
ମହୁ ସରିଗଲେ ମହୁମାଛି,
ସ୍ୱାର୍ଥପର ଦୁନିଆ ତ ଏ
ଧୋକା ଛଡ଼ା ମିଳେ ନାହିଁ କିଛି ।
ଗ୍ରୀଷ୍ମ ସରିଗଲେ ଏଠି ପଙ୍ଖା ତ ଅଲୋଡା
ସ୍ବପ୍ନ ସରିଗଲେ ରାତି,
ଜୀବନ ତ ଏଠି ଦି ଦିନିଆ
ମୃତ୍ୟୁ ସହ ବଞ୍ଚିବାକୁ ହବ ନିତି ।
ବିଦ୍ୟା ସରିଗଲେ ଏଠି ବହି ତ ଅଲୋଡା
ଶିକ୍ଷା ସରିଗଲେ ଗୁରୁ,
ସଚ୍ଚୋଟ ମଣିଷ ଅଳପ ଦିନରେ ପାଲଟି ଯାଏ କାପୁରୁଷ, ଭୀରୁ ।
କାମ ସରିଗଲେ ଏଠି ଦିନ ତ ଅଲୋଡା
କାଳି ସରିଗଲେ କଲମ,
ଦୁଃଖୀ ଲୋକ ତ ଏଠି ତିଳ ତିଳ ମରେ
ଧନୀ ର ଦିନ ଉଲ୍ଲାସରେ ସରେ ।
ଅନ୍ଧାର ଦୂରେଇ ଗଲେ ଏଠି ଆଲୁଅ ଅଲୋଡା
ପୂଜା ସରିଗଲେ ହୋମ କାଠ,
କେବେ ସୁଖ କେବେ ଲୁହ
ଭାରି କଣ୍ଟକିତ ଏ ବାଟ ।
କଥା ସରିଗଲେ ଏଠି ଶବ୍ଦ ତ ଅଲୋଡା
ସ୍ବାର୍ଥ ସରିଗଲେ ସମ୍ପର୍କ,
ସମୟ ଆସିଲେ ଶତ୍ରୁ ନୁହେଁ ମିତ୍ର
ସହ ଲାଗେ ତର୍କ ବିତର୍କ ।
ସୁଖ ସରିଗଲେ ଏଠି ସମୟ ଅଲୋଡା
ଭୋଜି ସରିଗଲେ ଖାଦ୍ୟ,
ଜୀବନର ଚଲାପଥ ଏଠି ବହୁ କଣ୍ଟକିତ
ବାନ୍ଧି ରଖିବାକୁ ହବ ମନେ ଧର୍ଯ୍ୟ । ।
