କବିତାର ପୃଷ୍ଠଭୂମି
କବିତାର ପୃଷ୍ଠଭୂମି
ଇଛା କରି କେହି କେବେ
କବିତାଟିଏ କରିପାରେନା ସୃଷ୍ଟି
ତାହା ସ୍ବତଃ ସ୍ଫୁତ୍ତ
ହୃଦୟର ସ୍ପନ୍ଦନର ଭେଟି ...
ନିଜ ଚାରିପାଖେ ପ୍ରତି ମୁହୂର୍ତ୍ତରେ ଦେଖୁଥିବା
ସକଳ ବସ୍ତୁହିଁ କବିତାର ଉପଜୀବ୍ୟ
ସିଏ ଆକାଶ ହୋଇପାରେ
ଧରିତ୍ରୀ ବି.....
ସିଏ ପବନ ହୋଇପାରେ
ପକ୍ଷୀଟିଏ ବି........
ନିଦ ବି ହୋଇପାରେ
ନଦୀଟିଏ ବି........
ସ୍ବପ୍ନ ବି ହୋଇପାରେ
କାହାଣୀ ଟିଏ ବି.......
ଏମାନେ କବିର ଭାବବ୍ୟକ୍ତ
କରିବାରେ ଏକ ଏକ ମାଧ୍ୟମ
ସେହି ସତ୍ୟରେ ଆକାଶ ବେଳେ ବେଳେ
କହିବସେ ତାର ଅନନ୍ତ ବୁକୁର ଭାଷା.....
ସେହି ସତ୍ୟରେ ପବନ ବେଳେ ବେଳେ
ବୋହିଆଣେ ତାର ସୁବାସିତ ପ୍ରେମ ଭାଷା ।