STORYMIRROR

Samar Ballav Bhoi

Abstract

3  

Samar Ballav Bhoi

Abstract

କବିତାର ପୃଷ୍ଠଭୂମି

କବିତାର ପୃଷ୍ଠଭୂମି

1 min
181


ଇଛା କରି କେହି କେବେ

କବିତାଟିଏ କରିପାରେନା ସୃଷ୍ଟି

ତାହା ସ୍ବତଃ ସ୍ଫୁତ୍ତ

ହୃଦୟର ସ୍ପନ୍ଦନର ଭେଟି ...

ନିଜ ଚାରିପାଖେ ପ୍ରତି ମୁହୂର୍ତ୍ତରେ ଦେଖୁଥିବା

ସକଳ ବସ୍ତୁହିଁ କବିତାର ଉପଜୀବ୍ୟ

ସିଏ ଆକାଶ ହୋଇପାରେ

ଧରିତ୍ରୀ ବି.....

ସିଏ ପବନ ହୋଇପାରେ

ପକ୍ଷୀଟିଏ ବି........

ନିଦ ବି ହୋଇପାରେ

ନଦୀଟିଏ ବି........

ସ୍ବପ୍ନ ବି ହୋଇପାରେ

କାହାଣୀ ଟିଏ ବି.......

ଏମାନେ କବିର ଭାବବ୍ୟକ୍ତ 

କରିବାରେ ଏକ ଏକ ମାଧ୍ୟମ

ସେହି ସତ୍ୟରେ ଆକାଶ ବେଳେ ବେଳେ

କହିବସେ ତାର ଅନନ୍ତ ବୁକୁର ଭାଷା.....

ସେହି ସତ୍ୟରେ ପବନ ବେଳେ ବେଳେ

ବୋହିଆଣେ ତାର ସୁବାସିତ ପ୍ରେମ ଭାଷା ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract