STORYMIRROR

Alok sahu

Abstract

3  

Alok sahu

Abstract

ଅକୁହା ମନର କଥା ଆଉ ବେଦନାର ଗାଥା

ଅକୁହା ମନର କଥା ଆଉ ବେଦନାର ଗାଥା

1 min
227

ମନେ ମନେ ମୁହିଁ ଜଳି ଯାଉଅଛି

       କହି ପାରୁନି ମୋ ମନର କଥା

ସର୍ବଦା ମନରେ ଉଙ୍କି ମରୁଅଛି

       ଦେଉଛି ସେ ମୋତେ ଅନେକ ବ୍ୟଥା।

କେମିତି କହିବି କିପରି କହିବି

         ସର୍ବଦା ଘାରୁଛି ମନକୁ ମୋର

 ବେଦନା ପଛକେ ଦେଉ ଅନେକ

         ଏ କଥାଟା ପରା ନୁହେଁ ଇତର।

ହୃଦୟ ଘାରୁଛି ମନ ବି ଘାରୁଛି  

        ଭାବୁଛି ସର୍ବଦା କିବା କରିବି

ମନର କଥାକୁ ମନରେ ରଖୁଛି

          ଏକଥାକୁ କଣ ଭୁଲି ପାରିବି।

ହୃଦୟେ ହେଉଛି ଅନେକ ଯନ୍ତ୍ରଣା

         ତଥାପି ସହୁଛି ମନ ମଧ୍ୟରେ

  ଈଶ୍ୱରଙ୍କ ଠାରେ ଏତିକି ପ୍ରାର୍ଥନା

          ଏପରି ନକର କାହା ପାଖରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract