STORYMIRROR

Alok sahu

Tragedy

3  

Alok sahu

Tragedy

ଅକୁହା ମନର କଥା ଆଉ ବେଦନା ର ଗାଥା

ଅକୁହା ମନର କଥା ଆଉ ବେଦନା ର ଗାଥା

1 min
214

ଅନ୍ତର ବେଦନା କାହାକୁ କହିବି 

      କିଏ ବା ଏଠି ଶୁଣିବ,

ନିଜ ବେଦନା ରେ ନିଜେ ଜଳୁଅଛି

   ମୁକତି କେବେ ମିଳିବ।

ପରିସ୍ଥିତି ଦାସ ପରିସ୍ଥିତି ଧରେ 

        ଖସିଯାଇଅଛି ପାଦ,

  କେଉଁ ଉପାୟରେ ମୁକୁଳିବି ମୁହିଁ

        ଦିଶୁନାହିଁ କିଛି ମାର୍ଗ।

ମନେ ମନେ ମୁହିଁ ଜାଳି ଯାଉଅଛ

         କାହାକୁ କିଛି ନ କହି,

ଅସହ୍ୟ ଯନ୍ତ୍ରଣା ହୃଦ ବିଦାରକ

        ଆପେ ଆପେ ଯାଏ ସହି।

ସାରି ଯାଏ ଦିନ ବେଦନା ବ୍ୟଥାରେ

           ସଂଜ ସାରି ହୁଏ ରାତି,

ତୃତୀୟ ପ୍ରହରେ ନିଦ ସାରିଯାଏ

            ମନେ ଥାଏ ସବୁ ଭିତୀ।

କେଉଁ ଅପରାଧ କରିଅଛି ମୁହିଁ

       କାହାକୁ ଦେବି ଏ ବାର୍ତ୍ତା,

କିପରି କହିବି କିଏ ବା ଶୁଣିବ

         ଏ ପରା ଅକୁହା କଥା।

ମନର ଦୁଃଖ କୁ କହିବି ଭାବୁଛି

          ଆଶ୍ୱାସନା ଟିକେ ପାଇଁ,

ପ୍ରୟାସ କରିକି ପଛ ଘୁଞ୍ଚା ଦିଏ

         ଭାବେ ଲାଭ ହେବ ନାହିଁ।

ଆଗେ ଆଶ୍ୱାସନା ପଛେ ନିନ୍ଦା କଥା

            ସମାଲୋଚନା ଶୁଣିବି,

ଏଇ କଥା ଭାବି ପଛ ଘୁଞ୍ଚା ଦିଏ

            ବେଦନା ମୁଁ ସହିଯିବି।

ଅକୁହା ଅଟେ ଏ ମୋ ମନର ବ୍ୟଥା

             ଦିଏ ଅନେକ ଯନ୍ତ୍ରଣା,

ସହି ଯାଉ ଅଛି ସହି ଯାଉଥିବି

       ଦେଉ ସେ ଯେତେ ବେଦନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy