STORYMIRROR

Yudhisthira Lenka

Abstract

3  

Yudhisthira Lenka

Abstract

ଜୀବନର ମର୍ମ

ଜୀବନର ମର୍ମ

1 min
292

ମଞ୍ଜିରୁ ଗଛଟି ହୋଇଛି ଜାତ

ଗଛରୁ ମଞ୍ଜିଟି ହୁଏ ସଂଜାତ ।।୧।।


ଗଛ ତେଣୁ ନୁହେଁ ମଞ୍ଜିରୁ ଭିନ୍ନ

କେବଳ ତାଙ୍କର ଆକାର ଅନ୍ୟ ।। ୨।।


ପ୍ରଭେଦ ସିନା ଆକାର ଗୁଣେ

ଅଟନ୍ତି କିନ୍ତୁ ଏକ ସେମାନେ ।।୩।।


ବରଫ ଜଳର ଅନ୍ୟ ଅବସ୍ଥା

ଆଂଶିକ ପ୍ରଭେଦ କରେ ଅଲଗା ।।୪।।


ଆକାରଟି ଭିନ୍ନ ନାମଟି ଭିନ୍ନ

କିନ୍ତୁ ସେମାନେ ଏକ ଓ ଅଭିନ୍ନ ।।୫।।


ନାମ ଗୁଣ ସିନା ଅଟଇ ଅନ୍ୟ

ଜୀବ ଏବଂ ଶିବ ନୁହଁନ୍ତି ଭିନ୍ନ ।।୬।।


ଶିବ ନିରାକାର ଜୀବ ଆକାର

ଅଦୃଶ୍ୟ ଶୁଦ୍ଧ ସତ୍ତା ତାର ସାର ।।୭।।


ସେମାନେଟି ଏକ ଏବଂ ଅଭିନ୍ନ

ଏହାହିଁ ଜୀବନର ସାରମର୍ମ ।।୮।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract