ଜୀବନର ମର୍ମ
ଜୀବନର ମର୍ମ
ମଞ୍ଜିରୁ ଗଛଟି ହୋଇଛି ଜାତ
ଗଛରୁ ମଞ୍ଜିଟି ହୁଏ ସଂଜାତ ।।୧।।
ଗଛ ତେଣୁ ନୁହେଁ ମଞ୍ଜିରୁ ଭିନ୍ନ
କେବଳ ତାଙ୍କର ଆକାର ଅନ୍ୟ ।। ୨।।
ପ୍ରଭେଦ ସିନା ଆକାର ଗୁଣେ
ଅଟନ୍ତି କିନ୍ତୁ ଏକ ସେମାନେ ।।୩।।
ବରଫ ଜଳର ଅନ୍ୟ ଅବସ୍ଥା
ଆଂଶିକ ପ୍ରଭେଦ କରେ ଅଲଗା ।।୪।।
ଆକାରଟି ଭିନ୍ନ ନାମଟି ଭିନ୍ନ
କିନ୍ତୁ ସେମାନେ ଏକ ଓ ଅଭିନ୍ନ ।।୫।।
ନାମ ଗୁଣ ସିନା ଅଟଇ ଅନ୍ୟ
ଜୀବ ଏବଂ ଶିବ ନୁହଁନ୍ତି ଭିନ୍ନ ।।୬।।
ଶିବ ନିରାକାର ଜୀବ ଆକାର
ଅଦୃଶ୍ୟ ଶୁଦ୍ଧ ସତ୍ତା ତାର ସାର ।।୭।।
ସେମାନେଟି ଏକ ଏବଂ ଅଭିନ୍ନ
ଏହାହିଁ ଜୀବନର ସାରମର୍ମ ।।୮।।
