STORYMIRROR

Sushma Manjari Dash

Abstract

3  

Sushma Manjari Dash

Abstract

ଜଗନ୍ନାଥ

ଜଗନ୍ନାଥ

1 min
191

ଅନାଥ ର ନାଥ ଆହେ ଜଗନ୍ନାଥ

                  ଜଗତେ ବଡ଼ ଠାକୁର

ତୁମେ ପରଂବ୍ରହ୍ମ ଦୟାର ଠାକୁର

                 ମୋ ଠାରେ ସୁଦୟା କର ।।

ତୁୁୁୁମରି ଆଶୀଷ ପାଇବା ପାଇଁକି

                   ଭକ୍ତ ବୁଲେ ତ୍ରିଭୁବନ

ଶରଧାବାଲିରେ ଅତି ଶରଧାରେ

                  କରିଇ ତୁମ ଦର୍ଶନ ।।

ଷାଠିଏ ପଉଟି ଭୋଗ ଲାଖି ହୁଏ

                  ପ୍ରତିଦିନେ ତୁମ ଠାରେ

ମହା ପ୍ରସାଦକୁ ଶ୍ରଦ୍ଧାଳୁ ଭକତେ 

                  ପାଇଥାନ୍ତି ସରାଗରେ ।।

ଶ୍ରୀକ୍ଷେତ୍ର ଧାମରେ ବଡ଼ ଦେଉଳ ରେ

                   ସ୍ୱାମୀ ହୋଇ ବସିଅଛ

ଜଗତର ନାଥ ଆହେ ଜଗନ୍ନାଥ

                  ଲୀଲା ତୁମେ କରୁଅଛ ।।

ନୀଳାଦ୍ରି ବିହାରୀ ଆହେ ଭାବଗ୍ରାହୀ

                  ତୁମ ଠାରେ ଅଳି ମୋର

କରୋନା ରାକ୍ଷସ ଗ୍ରାସୀ ବସିଅଛି

                  ସମୂଳେ ବିନାଶ କର ।।


Rate this content
Log in

Similar oriya poem from Abstract