Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Children

4  

Jasoda Majhi

Children

ଜଙ୍ଗଲ

ଜଙ୍ଗଲ

1 min
260


ଅନେକ ଗଛରୁ ସୃଷ୍ଟି ହୋଇଅଛି

  ସୁନ୍ଦର ସବୁଜ ଜଙ୍ଗଲ

ଗୋଟିଏ ଗଛରୁ କୋଟିଏ ଲୋକଙ୍କ

  ହେଉଅଛି ସଦା ମଙ୍ଗଳ l


ଜଙ୍ଗଲ ପାଇଁ ତ ବଞ୍ଚି ରହିଅଛେ

  ବଞ୍ଚିଅଛି ଆମ ଜୀବନ,

ସେହି ଜଙ୍ଗଲକୁ ନଷ୍ଟ ନ କରିବା

  କରିବା ତାହାରି ଯତନ l


ମିଳୁଛି ଜଙ୍ଗଲୁ କାଠ, ମହୁ, ଝୁଣା

  ମହୁଲ ତେନ୍ତୁଳି ଚାହାର

 ଅମୂଲ୍ୟ ସମ୍ପଦେ ଭରିଛି ବନାନୀ

   ଦେଉଛି ସୁସ୍ୱାଦୁ ଆହାର l


ଦେଉଛି ଆମକୁ ନିର୍ମଳ ପବନ

   କର ନାହିଁ ଜଙ୍ଗଲ ନଷ୍ଟ,

 ସବୁ ସହି ସିଏ ତଥାପି ବଞ୍ଚିଛି

   ଦିଅ ନା ତାହାକୁ କଷ୍ଟ l


ଅମ୍ଳଜାନ ଛାଡେ ପ୍ରାଣିଜନ ହିତେ

  ଅଙ୍ଗାରକାମ୍ଳରେ ଜୀବିତ,

ଜଙ୍ଗଲ ନଷ୍ଟରେ ଦୁନିଆଁ ଅନ୍ଧାର

  ମୃତ୍ୟୁର ମୁଖରେ ଜଗତ l


ଭାବୁ ଆମେ ଯାହା ଦରକାରୀ ବୋଲି

  ସବୁ ମିଳିଯାଏ ସେଇଠି,

ଦରକାର ବେଳେ କେମିତି ପାଇବା

  ନ ରଖିଲେ ସବୁ ସାଇତି l


ଗଛ କଟା ପାଇଁ କର୍ମ ଫଟା ହେବ

  ମରୁଡି ଆସିବ ମାଡ଼ି,

ବରଷା ଋତୁର ନ ହୋଇବ ଦେଖା

  ବସୁଧାରୁ ଯିବ ଛାଡ଼ି l


ସଜାଗ ହୋଇଲେ ଏବେ ଠାରୁ ସିନା

  ଦୁର୍ଦିନ ଆସିବ ନାହିଁ,

 ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

 ମହତ ଏ ବାଣୀ ଶୁଣାଇ l


Rate this content
Log in

Similar oriya poem from Children