ବାତ୍ୟା
ବାତ୍ୟା
ଅଶାନ୍ତ ସମୁଦ୍ର ଅଶାନ୍ତ ମନ;
ଆସୁଛି ପରା ବାତ୍ୟା
ଆକାଶରେ ମେଘ ଘନଘନ ।।
କେତେ ଯେ ଢେଉ ଉଠିବ ;
କେତେ ଯେ ଲହଡ଼ି ଭାଙ୍ଗିବ ।।
ଆସୁଛି ସେ ମାଡ଼ି ସମୁଦ୍ର ଗର୍ଭରୁ;
ଛଡେଇ ନବ ବୋଲି ଖୁସି କେତେ ମୁଁହରୁ ।।
ଆସୁଛି ପ୍ରଳୟ ବାତ୍ୟା ରୂପ ନେଇ
କଳି ଯୁଗ କୁ ଶେଷ କରିବା ପାଇଁ ।।
ଡରୁଛୁ ତୁ କିଆଁ
ଫାଇଲିନ, ଫନି ପରି ଛୋଟ ଛୋଟ ବାତ୍ୟାକୁ ;
ଓଡ଼ିଶା ପରା ହରେଇଛି ୧୯୯୯ ର ସେ ମହାବାତ୍ୟାକୁ ।।
ବାତ୍ୟା ବୋଧେ ଓଡିଶା କୁ ଭାବିନେଇଛି ତାର ମାମୁଁ ଘର ;
ସେଥିପାଇଁ ତ ବିନା ଡାକରା ରେ ସବୁ ବର୍ଷ ହେଇଯାଉଛି ହାଜର ।।
ଭାଙ୍ଗେ, ଉଜାଡେ ଚାଳ ଘରକୁ ;
ଫରକ୍ କି ପଡ଼େ ବଡ଼ ଲୋକ ଙ୍କୁ ।।
କେତେ ଯେ ଗଲାଣି, କେତେ ଯେ ଆସିବ ;
ସଚେତନ ରହିଲେ ବିପତ୍ତି ଆପେ ଟଳିଯିବ ।।
ସମସ୍ତେ ଶୁଣ ଦେଇ ମନ ଧ୍ୟାନ;
ମନରୁ କାଢି ବାତ୍ୟା ର ଭୟ
ଜପ କର ପ୍ରଭୁ ଙ୍କ ନାମ ।।
