STORYMIRROR

ମିଲୋନୀ ଖଣ୍ଡାୟତରାୟ

Others

4  

ମିଲୋନୀ ଖଣ୍ଡାୟତରାୟ

Others

ଚାଳଘର

ଚାଳଘର

1 min
293

କାହିଁ ସେ ଚାଳ ଘର

ଶୁଭୁ ନାହିଁ ଆଉ ସେ ଶବ୍ଦ ଘରଚଟିଆର ।।


କାହିଁ ସେ ଝାଟି ମାଟି ରେ ତିଆରି ଘର

ସବୁଠି ଏବେ ଖାଲି ମାଳ ମାଳ କୋଠଘର ।।


ନବୀନ ବାବୁ ଦେଲେ ଏମିତି ଉପହାର

ଚାଳ ଘର ପାଲଟିଲା ମହଲ ।।


ଖରା ଦିନେ ଯେଉଁ ଶାନ୍ତି ଥିଲା ଚାଳ ଘରେ

ଏବେ କଣ ତାହା ମିଳିବ କୋଠାଘରେ ।।


ମନେ ପଡେ ଆଜି ବି ସେ ପିଲାଦିନ

ଘରଚଟିଆ ଙ୍କ କିଚିରି ମିଚିରି ଶବ୍ଦ ରେ 

ଭରି ଉଠୁଥିଲା ଏଇ ମନ ।।


କେତେ ଯେ ସ୍ମୃତି ସାଉଁଟି ରଖିଛି ସେ ଚାଳଘର

ଛୋଟ ଛୋଟ ଅଭୁଲା ସ୍ମୃତି ସେ ପିଲାବେଳ ର ।।


ଚାଳଘର ଫାଙ୍କ ରୁ ସୁନ୍ଦର ଦିଶୁଥିଲା ଆକାଶ ର ଜହ୍ନ ତାରା ;

ଅତୀତ ର ସେଇ ସୁନ୍ଦରତା ଏବେ ଆଉ ନାହିଁ ପରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ମିଲୋନୀ ଖଣ୍ଡାୟତରାୟ