STORYMIRROR

ମିଲୋନୀ ଖଣ୍ଡାୟତରାୟ

Inspirational Others

3  

ମିଲୋନୀ ଖଣ୍ଡାୟତରାୟ

Inspirational Others

ମୁଠାଏ ଭାତ

ମୁଠାଏ ଭାତ

1 min
224

କେତେ ଯେ ଭୋକିଲା ପେଟ

ଖୋଜନ୍ତି ମୁଠାଏ ଭାତ ।।


ମେରୁଦଣ୍ଡକୁ ଦିଏ ଭାଙ୍ଗି 

ଭୋକର ପାହାର 

ଲାଗେନି କି ଲଜ୍ଜା

ତୁମେ ଆଖି ଆଗରେ ଦେଖ ।।


ଭୋକିଲା ଶିଶୁର କ୍ରନ୍ଦନ,

ତଥାପି ଆସ୍ଥା ନାଆଁଁରେ 

କଳସ କଳସ ଦୁଧ କର ବିସର୍ଜନ ।।


ମହାନ ଏ ସଂସ୍କୃତି

ଶିଖାଏ ଭାଇଚାରାର ବାର୍ତ୍ତା,

ନିଇତି ଉଡାଏ ବିଶ୍ୱଭାତୃତ୍ୱର ନେତ 

ହେଲେ ଆମ ନଜରରେ ମଣିଷ ବି

ପଶୁଠାରୁ ହୀନ ,

ଦଳିତ ହୁଏ ଏଠି ନିତି ନିର୍ଯାତିତ 

ଲାଗେନି କି ଲଜ୍ଜା ।।


ମଣିଷ ଏଠି ଘୃଣାର ପାତର

କାରଣ ନଥାଇ ନିତି ରକ୍ତପାତ ।।


ସତରେ କେତେ ଅହଙ୍କାରୀ,

କେତେ ସ୍ୱାର୍ଥପର ଏ ମଣିଷ 

ଫିଙ୍ଗିଦିଏ ମୁଠା ମୁଠା ଦାନା

ହେଲେ ବୁଲା କୁକୁରଙ୍କ ପାଇଁ

ମିଳେ ନାହିଁ ମୁଠେ ଦାନା ।।


କେତେ ଦୁଃଖୀ ରଙ୍କି

କାନ୍ଦୁ ଥାଆନ୍ତି କଇଁ କଇଁ ;

କେବଳ ମୁଠାଏ ଭାତ ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ମିଲୋନୀ ଖଣ୍ଡାୟତରାୟ

Similar oriya poem from Inspirational