STORYMIRROR

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ମୂଲ୍ୟହୀନ ବିପ୍ଳବ

ମୂଲ୍ୟହୀନ ବିପ୍ଳବ

1 min
296


ପ୍ରେମର ବିପ୍ଳବ ଏଠି 

ବିରହୀ ଧ୍ୱନିରେ

ଶୋଷଣର ବିପ୍ଳବ ଏଠି

କଳା ବଜାରି ଧ୍ୱନିରେ

ଧର୍ଷଣର ବିପ୍ଳବ ଏଠି

ମଦୁଆଙ୍କ ଧ୍ୱନିରେ

ସାହିତ୍ୟର ବିପ୍ଳବ ଏଠି

ଅର୍ଥ ଲୋଭୀ ଦଳ ଗଠନରେ

କଳା ଓ ସଂସ୍କୃତିର ବିପ୍ଳବ ଏଠି

ଲୋକ ଦେଖାଣିଆ ଭାଷଣ ଭିତରେ

ବେକାରୀଙ୍କ ଚାକିରିର ଧ୍ୱନି

ଜଳାପୋଡା କରିବାରେ

ପେଣ୍ଟ ଓ ସାର୍ଟର ବିପ୍ଳବ

ଚିରା ଫଟା ପୋଷାକ ଦୋକାନରେ

ଶାଢ଼ୀ ଶାୟା ବ୍ଲାଉଜର ଧ୍ୱନି

"ୟୁ" "ଭି" ଚିପା ଟି ସାର୍ଟର ଭିତରେ

ଅବା ପତଳା ଶାଢ଼ୀରେ ।

ମଦ, ଗଞ୍ଜେଇ, ଚୁରୁଟ, ବ୍ରାଉନ ସୁଗାରର ବିପ୍ଳବ

ଆଗ ଧାଡ଼ି ଅଭିନେତା ଓ ଅଭିନେତ୍ରୀଙ୍କ ଧ୍ୱନିରେ

ତେଲରେ ମୋବିଲ ମିଶ୍ରଣର ବିପ୍ଳବ

ତେଲିଆମାନଙ୍କ ଧ୍ୱନିରେ

ସତର ବର୍ଷର ବାଲ୍ୟବିଧବାର ବିପ୍ଳବ

ତା'ର ଧର୍ଷିତା ଯୌବନ ଧ୍ୱନିରେ

ରେସନ ଦୋକାନୀର ବିପ୍ଳବ

ମାଲ ନାହିଁ ଧ୍ୱନିରେ

ଖାଉଟିଙ୍କ ପେଟ ପିଠିର ବିପ୍ଳବ

ବଞ୍ଚିବା ଧ୍ୱନିରେ

ଗଣିକାର ଦେହ ବିକ୍ରିର ବିପ୍ଳବ

ସରକାରୀ ସ୍ୱୀକୃତି ଧ୍ୱନିରେ

ଚାଷୀର ଚାଷ ପାଇଁ ବିପ୍ଳବ

ଋଣ ଛାଡର ଧ୍ୱନିରେ

ଛାତ୍ରଛାତ୍ରୀମାନଙ୍କ ବିପ୍ଳବ

କପି କରି ସଫଳତା ଧ୍ୱନିରେ

ଅଭିଭାବକମାନଙ୍କ ବିପ୍ଳବ

ମାଗଣା ଶିକ୍ଷାର ଧ୍ୱନିରେ

ମାଗଣାଖିଆ ଖାଉଟିମାନଙ୍କ ବିପ୍ଳବ

ଜନ୍ମ ଠାରୁ ମୃତ୍ୟୁ ଯାଏଁ 

ସବୁ ମାଗଣା ମିଳିବା ଧ୍ୱନିରେ

ପଶୁମାନଙ୍କ ବିପ୍ଳବ

ହଡା ଗାଇ ବଳଦ ଓ ବୁଲା କୁକୁରଙ୍କ ଧ୍ୱନିରେ

ସ୍ୱାମୀ ସ୍ତ୍ରୀରେ ବିପ୍ଳବ

ପରକ୍ରିୟା ପ୍ରୀତି ଓ ଆଧୁନିକତା ଧ୍ୱନିରେ

ଶୋଇବା ଘରେ ବିପ୍ଳବ

ରାନ୍ଧିବା ଘରେ ବିପ୍ଳବ

ଖାଇବା ଘରେ ବିପ୍ଳବ

ବୈଠକ ଘରେ ବିପ୍ଳବ

ପିତା ପୁତ୍ରର ବିପ୍ଳବ

ନେତା ନେତାର ବିପ୍ଳବ

ସବୁଠି ଖାଲି ବିପ୍ଳବର ନିଆଁ

ଜଳାପୋଡା, ଆତ୍ମହତ୍ୟା, ମରାମରି

ପରିଶେଷରେ

ଏଠି

ବିପ୍ଳବଟା ଫଟା ଢ଼ୋଲର

ଢ଼ାଉଁ ଢ଼ାଉଁ ଶବ୍ଦ

ତୁଚ୍ଛା ଅଭିନୟ

ଭଡାଟିଆ ମଦୁଆ ମାଗଣାଖିଆର ଅଭ୍ୟାସ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational