ମୋ ଦେଶ
ମୋ ଦେଶ


କାହ୍ନା ଆମର ଭାବିଲା ବସି
ଟିକି ଚଢ଼େଇ ହେବି,
ଦୂର ଦେଶକୁ ଯିବି ମୁଁ ଉଡି
ମୋ ଦେଶ ଗୀତି ନେବି ।
ନୂଆଁ ଦେଶରେ ମୋ ଦେଶ କଥା
ଶୁଣାଇ କାଳେ କାଳେ,
ଜଣାଇ ଦେବି ମୋ ଦେଶ ଭଲ
ଏଇ ଆକାଶ ତଳେ ।
ମୋ ଦେଶ ପୂଜେ ଜଗତନାଥ
ଯୀଶୁ, ଆଲ୍ଳା, ବୁଦ୍ଧ,
କୌଣାର୍କର କାରୁକାର୍ଯ୍ୟ
ଭୂବନେଶ୍ବର ସୌଦ୍ଧ ।
ଉତ୍ତର ଦେଶେ ହିମାଳୟଟି
ମୁକୁଟ ପରି ଶୋହେ,
ଦକ୍ଷିଣ ଦିଗେ &n
bsp; ମୋ ଦେଶ ପାଦ
ହିନ୍ଦୁ ସାଗର ଧୁଏ ।
ଆରବସାଗର ପଶ୍ଚିମଦିଗେ
ପଣତ କାନି ସିଏ,
ପୂର୍ବ ଦିଗରେ ବଙ୍ଗୋପ ପାଣି
ଶୀତଳ ବାଆ ଦିଏ ।
କଟି ଦେଶରେ ବିନ୍ଧ୍ୟ ବନ
ଅଣ୍ଟା ପାତିଆ ପରି,
ଗଙ୍ଗା, ଯମୁନା, ମହାନଦୀ
କ୍ରିଷ୍ଣା, ଗୋଦାବରୀ ।
ସଭିଏଁ ମିଶି ଜଣାଇଥାନ୍ତି
କୁଳୁରୁ କୁଳୁ ନାଦ,
ମୋ ଦେଶ ଥରେ ଦେଖିବ ଆସ
ଚାଲିଛି ସାମ୍ୟବାଦ ।