ରକ୍ତ ଦାନ ମହାପୂଣ୍ଣ୍ୟ
ରକ୍ତ ଦାନ ମହାପୂଣ୍ଣ୍ୟ


ବାପୁନୁ ସିପୁନୁ ଦୁଇଟି ସାଙ୍ଗ
ସିପୁନୁ ଅଟେ ସାନ,
କିଏ କାହାକୁ ଛାଡନ୍ତି ନାହିଁ
ପାଠ ପଢ଼ାରେ ଧ୍ୟାନ ।
ଖେଲୁ ଖେଲୁ ତ ବାପୁନୁ ଦିନେ
ପଡ଼ିଲା ଭଙ୍ଗା କୁହେଁ,
ମୁଣ୍ଡ ଫାଟିଲା ରକତ ଗଲା
କଥା ବି ସେ ନ କୁହେ ।
ରକତ ଧାର ବସିଲା ତାର
ତାଟକା ହେଲେ ସବୁ,
ରକତ ନାହିଁ ବଞ୍ଚିବା କଷ୍ଟ
କହେ ଡାକ୍ତର ବାବୁ ।
କାହା ରକତ ମିଶିବ ତାକୁ
କିଏ ରକତ ଦେବ,
ରକ୍ତ ନ ଦେଲେ ବଞ୍
ଚିବା କଷ୍ଟ
ତାହାର ପ୍ରାଣ ଯିବ ।
ଯେତେକ ଥିଲେ ବଡ଼ବଡ଼ିଆ
ଚାଲିଲେ ମୁଣ୍ଡ ପୋତି,
ସିପୁ ଦେଖିଲା ବଞ୍ଚିବ ନାହିଁ
ପତାଇ ଦେଲା ଛାତି ।
ବାପୁ ରକତ ସିପୁ ରକତେ
ହୋଇତ ଗଲା ମେଳ,
ସିପୁ ରକତେ ବାପୁ ବଞ୍ଚିଲା
ଏହି ତ ଭାଗ୍ୟ ଖେଳ ।
ବାପୁ ବଞ୍ଚିଲା ହସି ଉଠିଲା
ହସିଲେ ସାଙ୍ଗ ଦୁଇ,
ପର ପାଇଁ ଯେ ଜୀବନ ଦିଏ
ସିଏ ତ ବଡ଼ ହୋଇ ।