STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବିଶ୍ୱକର୍ମା ପୂଜା

ବିଶ୍ୱକର୍ମା ପୂଜା

1 min
262

ହେ ଦେବଶିଳ୍ପୀ ଯୋଗସିଦ୍ଧ ବାସ୍ତୁ

ପ୍ରଭାସ ଭୂବନ ସୂତ

ବିଚର ବାହନ ହ°ସ ହସ୍ତୀ ପୃଷ୍ଠେ

ବିଶ୍ୱକର୍ମା ଏ ଜଗତ ।


ହସ୍ତେ କମଣ୍ଡଳୁ ମୁଗୁର ଚିମୁଟା

ପୁସ୍ତକ ଓ ମାପଦଣ୍ଡ

ଅପ୍ରତିମ ଦେବ ସୁକରିତକର୍ମା

ଅଟ ପ୍ରାଜ୍ଞ ସ୍ଥିତପ୍ରଜ୍ଞ ।


ଗଢିଛ ଦ୍ୱାରକା ନଗ୍ର ଇନ୍ଦ୍ରପ୍ରସ୍ଥ

ସ୍ୱର୍ଣ୍ଣମୟୀ ଲଙ୍କାପୁର

ଚକ୍ର ସୁଦର୍ଶନ ପୁଷ୍ପକ ବିମାନ

ତ୍ରିଶୂଳ ବଜ୍ରାଦି ଅସ୍ତ୍ର ।


ପ୍ରବିଧି ପ୍ରୟୋଗ ପ୍ରଯୁକ୍ତି ବିଜ୍ଞାନ

ହେ ବିଧାତା ସର୍ବଜ୍ଞାତା

ଶୋଭେ ପକ୍ୱ ଶ୍ମଶ୍ରୁ ଶୀରରେ ମୁକୁଟ

ଦୃଷ୍ଟିକୋଣେ ଉଜ୍ଜ୍ୱଳତା ।


ଦେବ ବିଶ୍ୱକର୍ମା ଶୁଭ ଆବିର୍ଭାବ

ଜନ୍ମତିଥି ଅବସରେ

ଆୟୋଜିତ ହୁଏ ଭବ୍ୟ ପୂଜାର୍ଚ୍ଚନା

ଉଲ୍ଲାସ ଆନନ୍ଦ ଭରେ ।


ଝଲସେ ମଣ୍ଡପ ମଞ୍ଚ ସାଜସଜ୍ଜା

ମୁଣ୍ମୟ ଦିବ୍ୟ ପ୍ରତିମା

ଦେବଙ୍କ ପ୍ରସାଦେ ଉନ୍ମେଷେ କଳ୍ପନା

ସୂକ୍ଷ୍ମ ଚାରୁ ଚିତ୍ରୋପମା ।


ଶିଳ୍ପ ବିନିର୍ମାଣ ହୁଏ ଶୁଭଙ୍କର

ସୁଖଦ ମଙ୍ଗଳପ୍ରଦ

ସଫଳ ସାର୍ଥକ କର୍ମ ସୁସ°ସ୍କୃତି

ବିକଶେ ଗୁଣ ସମ୍ପଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational