STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ମହାଳୟା

ମହାଳୟା

1 min
338

ଆଶ୍ୱିନ ମାସର କୃଷ୍ଣ ପ୍ରତିପଦ

ଠାରୁ ଅମାବାସ୍ୟା ଯାକ

ପାଳିତ ହୁଅଇ ପିତୃପକ୍ଷ ଶ୍ରାଦ୍ଧ

ପିତୃଗଣେ ମିଳେ ମୋକ୍ଷ ।


ମହନୀୟ ତିଥି ଅଟେ ମହାଳୟା

ଅମାବାସ୍ୟା ପରଦିନ

ଆଶ୍ୱିନ ମାସର ଶୁକ୍ଳ ପ୍ରତିପଦେ

ଦାନ ଧର୍ମ ମହାପୁଣ୍ୟ ।


ରହିଛି ବିଶ୍ୱାସ ପୁରାଣେ ଉଲ୍ଲେଖ

ମହାବୀର ଦାନୀ କର୍ଣ୍ଣ

ସ୍ନାନ ଉପରାନ୍ତେ କରୁଥିଲେ ନିତି

ବ୍ରାହ୍ମଣଙ୍କୁ ସ୍ୱର୍ଣ୍ଣ ଦାନ ।


ଅରଜି ଥିବାରୁ ଜୀବନରେ ପୁଣ୍ୟ

ଦେହତ୍ୟାଗ ହେବାପରେ

ମିଳିଲା ତାହାଙ୍କୁ ସ୍ୱର୍ଗପୁରେ ସ୍ଥାନ

ସୁଫଳ ଗୁଣ ସହସ୍ରେ ।


କୁଢ କୁଢ ସ୍ୱର୍ଣ୍ଣ ଅଳଙ୍କାର ଦେଖି

କର୍ଣ୍ଣ ହେଲେ ସ୍ତମ୍ଭୀଭୂତ

ଧର୍ମଦେବତାଙ୍କୁ ପଚାରି ବୁଝିଲେ

ରହସ୍ୟ ଉଦ୍ଦେଶ୍ୟ ସତ୍ୟ ।


ପ୍ରତିକାର କରି ସୁଧାରିବେ ତ୍ରୁଟି

କଲେ ନମ୍ର ଅନୁରୋଧ

ସୁଯୋଗ ଲଭି ସେ ପକ୍ଷଟିଏ ପାଇଁ

ଫେରି ଆସିଥିଲେ ମର୍ତ୍ତ୍ୟ ।


ଦୀନ ଦୁଃଖୀଜନ ବ୍ରାହ୍ମଣ ମାନଙ୍କୁ

କଲେ କର୍ଣ୍ଣ ଅନ୍ନଦାନ

ମହାଳୟା ଦିନ ତାଙ୍କ ମନସ୍କାମ

ହୋଇଥିଲା ପରିପୂର୍ଣ୍ଣ ।


ଚତୁର୍ଦ୍ଦଶ ଦିନ ପିତୃପକ୍ଷେ ହୁଏ

ପବିତ୍ର ସ୍ମୃତି ଚାରଣ

ଅରଜନ୍ତି ପୁଣ୍ୟ ପିତୃଲୋକେ ପିଣ୍ଡ

କରି ଅନ୍ନବସ୍ତ୍ର ଦାନ ।


ଅୟରାମ୍ଭ ହୁଏ ଦକ୍ଷିଣ ଅୟନ

ଶକ୍ତି ପର୍ବ ଅଧିବାସ

କରନ୍ତି ପାର୍ବଣେ ଧରାବତରଣ

ଜଗଦ୍ଧାତ୍ରୀ ଦୁର୍ଗାମାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational