STORYMIRROR

Manorama Mishra

Inspirational Others

3  

Manorama Mishra

Inspirational Others

କିଛି କହିବାକୁ ପଡେ

କିଛି କହିବାକୁ ପଡେ

1 min
26.6K


ଜୀବନ ତ ବନ୍ଦି

ଜାଗ୍ରତ ଜଉ ଘରେ

ଅଦେଖା ଅଗ୍ନିରେ

ଜଳି ପୋଡି ଯାଏ ଅସ୍ଥି ଚର୍ମ

ରକ୍ତର ଉଷ୍ଣତା

ଗ୍ରୀଷ୍ମ ପରି ଢହ ଢହ

ତଥାପି ଆନନ୍ଦ ଦିଏ

ବଂଚିବାର ମୋହ,....

ହେଲେ ପାଉଁଶ ନ ଥାଏ

ନିଃଶ୍ଵାସର ପରିସୀମା

ବନ୍ଦ ହୋଇ ଯାଏ

କ'ଣ ବା ଦେଖାଇ ବି କାହାକୁ

ସଂପର୍କ ନା ଘନିଷ୍ଠ ମାନଙ୍କୁ,.....

ଦେହ ସାରା ଦରଦର ଚିହ୍ନ

ମରୀଚିକା ମରୁଭୂମି

ଲେସିହୋଇ ଯାଏ

ହଜି ଯାଏ ପ୍ରିୟ ନାମଟି

ପ୍ରିୟତମ ମାନଙ୍କ ମୁହଁରୁ ,.....

ସ୍ୱାର୍ଥ ନଥିଲେ କେହି ବି

ଲୋଡା ପଡନ୍ତି ନାହିଁ

କାହାରି ଉତ୍ତର ଦାୟଦରେ

କେହି ବି ଖୋଜା ପଡନ୍ତି ନାହିଁ

ବେଳ ଅବେଳରେ ,....

ଏମିତି ଦେଖା ହେଲେ

ଖାଲି ନୁଖୁରା ହସର ଢେଉ

ଛଳନାର ସ୍ୱରରେ କେବଳ

ସ୍ୱାଗତର କେତୋଟି ଶବ୍ଦ

କେମିତି ଅଛ ବା

ଦେଖି ନ ଦେଖିବାର ବାଟକଟା ଓ

ପରେ କଥା ହେବାର ଭାବ ,....

ଲହୁ ଲୁହକୁ ପିଇବା ପରେ

ବିକ୍ଷେପ କରୁନି ଆଉ ଶୋଷ

ସଂପର୍କର ପରିଧିରେ

ନିଜେ ତ

ବଦଳି ଯାଇଛି

ହାତରେ ଧରି ଦାରିଦ୍ର୍ୟର ଭେକ

ଆଜି ବି ଜଳୁଛି

ଗ୍ରୀଷ୍ମର ପ୍ରଖର

ଉତ୍ତାପ ପରି

ଗୋଟିଏ ପଟେ ପରିବାର ପାଇଁ

ମହାନ କର୍ତ୍ତବ୍ୟ

ଅନ୍ୟଟି ସାହିତ୍ୟ ,....

କାହାକୁ ଭେଟିବ ସମୟ

ଭେଟିବାର ମୋହରେ -----?

ପେଟ ଭୋକକୁ ପିଠିରେ

ମାରିଦେଇ ହୁଏ

ହେଲେ ପିଲା କାନ୍ଦିଲେ

ଛାତିଟା ଯେ ଉତୁରି ପଡେ

ଅଭାବର ପୁରନ୍ତା ମାଣରେ ,...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational