STORYMIRROR

Manorama Mishra

Others

2  

Manorama Mishra

Others

ବ୍ଲାକ୍ ଲେଡି

ବ୍ଲାକ୍ ଲେଡି

1 min
13.7K


କଳାକାଚ ଖୋଲି

ଏସିକାର୍ ରୁ

ସାହେବାଣୀ ଓହ୍ଲାଇବା ବେଳେ

ସମ୍ମୁଖରେ ଭିକାରୁଣୀଟେ

ହାତ ପାତି ମାଗୁଥିଲା

ମା,ଗଂଡେ ଭିକ ,


ଭିକାରୁଣୀର ମଳିମୁଂଡିଆ

କଦର୍ଯ୍ୟ ଚେହେରା ଓ

ଫୁରୁକୁଟିଆ ଗନ୍ଧରେ

ସାହାବାଣୀଙ୍କ ଦେହରୁ ହଜିଗଲା

ଫରନେ ପରଫ୍ୟୁମ୍ ର ଗନ୍ଧ ,


ନାକରେ ହାତ ଦେଇ କହିଉଠିଲେ

ଇସ୍ ----------

କି ଗନ୍ଧ ତୋ ଦେହ

ଏଠୁ ଚୁପ୍ ଚାପ୍ ପଳା

ମୁଁ ଦେବିନି ତୋତେ ଭିକ ,


ଭିକାରୁଣୀ ଉତ୍ତର--

ଓ ସାହେବାଣୀ

ତମ ଦେହର ଅତର ଗନ୍ଧଠାରୁ

ମୋ ଦେହର ଗନ୍ଧ ନିଜସ୍ୱ

ତଫାତ୍ ଏତି କି ଯେ

ତମେ ଆପଣ ଚଢା ଦରରେ କିଣଛ

ମୋ ଦେହର ଗନ୍ଧରେ

କେବଳ ଭୋକିଲା ଦେହର ବାସ,


ଅହଂକାର ଉତ୍ତରଟେ ନିକ୍ଷେପ କରି

ସାହେବାଣୀ କହିଲେ--

ମୁଁ ଦେଖୁଛି ଭିକ ମାଗି ବି

ତୋ ମୁହଁ ଭାରି ବହପ

ବଡ ସାନ ବିଚାର ନକରି

ମୁହେଁ ମୁହେଁ ଜବାବ୍ ,


ଏ ଛୋଟ ଭିକାରୁଣୀ

ବଡ ଭିକାରୁଣୀଙ୍କୁ କି ଉତ୍ତର ଦେବ ଯେ...

ହାତପାତି ମାଗିବାତ

ସମସ୍ତଙ୍କର ଅଭ୍ୟାସ ,


ସମସ୍ତେ ମାଗୁଛନ୍ତି ଭିକ ସାହାବାଣୀ

ଏତ ପେଟପାଇଁ ନାଟ... ,


ଚାକିରିଆ ମାଗୁଛନ୍ତି ଫାଇଲ୍ ତଳେ

ନେତାଏ ରାଜଗାଦିରେ

ସିନେମା ଥେଟରବାଲା

ଅଭିନୟରେ ---

ଦୋକାନି ମାଗନ୍ତି ଦଂଡିରେ

ଆଉ ଆପଣ -----

ମାଗୁଛନ୍ତି ଅତ୍ୟାଧୁନିକା ପୋଷାକ ଓ

ଏସିକାର୍ ଭିତରେ ,


ମୁଁ ଛାର ଭିକାରୁଣୀଟା ମାଗୁଛି

ଖରା ବର୍ଷା ଶୀତରେ

ଏଇ ପେଟଜ୍ୱଳା ନାଟରେ

ହେଲେ ହସ ଲାଗୁଛି

ଚାଲୁଣି କହୁଚି ଛୁଂଚିକି

କିନ୍ତୁ ସେ ନିଜକୁ ଦେଖି ପାରୁନି

ଜମାରୁ --

କେମିନ୍ତି ମାଗୁଛି ନିଜେ ଏକ

ନିଅରା ଢଙ୍ଗରେ ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍