STORYMIRROR

Manorama Mishra

Inspirational

3  

Manorama Mishra

Inspirational

ଶୂନ୍ୟତା

ଶୂନ୍ୟତା

1 min
12.9K



ମୁଁ ଯେବେ ଶୋଇ ଯାଏ

ସବୁ

ନୀରବତା ପିଇ

ବେଶି ମନେପଡ ତୁମେ

ଶୂନ୍ୟରୁ ଶୂନ୍ୟତା ହୋଇ,


କାହିଁକି ତୁମେ

ଚେତନାରେ ମୋର

ବାରଂବାର ଆସ

ଦେଇ ଅବଶୋଷ

ମୁଁ ହୋଇ ଯାଏ କହାସହ

ଶୂନ୍ୟରେ ଦେହଯୁକ୍ତ,


ପରମ ଆନନ୍ଦ

ଅନେକ ତୃପ୍ତି

ଶୂନ୍ୟରେ ବିଛୁରିତ

ଭରା ଜହ୍ନ ରାତି ,


ଏମିତି ତମେ

କାହିଁକି ଯେ ଆସ

ନିଜ ପାଖେ ନିଯେ ମୁଁ ଯେ

ହୁଏ କଳୁଷିତ,


ଓହୋଃ କି ଭୟଙ୍କର

ପାଗଳାମୀ

ବୟସର ଶେଷ ପାହାନ୍ତିରେ

ରାତି ସରେ ରତିରୁ ହେ

ଈଶ୍ବରଙ୍କ ପୂଜା ପାଇଁ

ମନ ମନ୍ଦିରରେ ,


ମୁଁ କିଏ ଥରେ ପଚାରିଲେ

ତୁମେ ଆସ ସେଇ

ଶୂନ୍ୟ ସ୍ଥାନରେ ||


ମନୋରମା ମିଶ୍ର,

ଶିଶୁପାଳଗଡ,ଶକ୍ତି ନଗର ,

ପୁରୁଣା ଭୁବନେଶ୍ଵର,9861674497


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational