STORYMIRROR

Manorama Mishra

Others

3  

Manorama Mishra

Others

କୁଆଁରୀ ଖରା

କୁଆଁରୀ ଖରା

1 min
13.7K


ଖରାର କୁଆଁରୀ ତନୁରେ

ବିହ୍ଵଳିତ ଆବେଗ

ଜାଳି ଦିଏ ଅଧାଜଳା ଜୀବନ

ହାଡ ତଳୁ ଗନ୍ଧ,

ନା ମୁଁ କହିପାରେ

ନା ସହିବାର ମୋହ

ଉନ୍ମୁକ୍ତ ଅନୁଚିନ୍ତାରେ

ଯାହା ନୀରବ ଦର୍ଶନ,

କିଏ କହେ ଖରା ମୋର

ଆପଣାର ନୁହେଁ

ଏଇତ ଦେହ ସାରା

ଲୋଟେଇ ଶୋଇଛି

ନା ମୁଁ ତା ନିଦ ଭାଙ୍ଗିପାରୁଛି

ନା ସେ ମୋତେ ଛାଡୁଛି,

ଖରାର ଭାଗ୍ୟ ରେ

କେତେ ଯେ ଶୋଷ

ଯାହା ପଖାଳ କଂସା

ଉଖାରି ମାରୁଛି

ଜୀବନ ବିକଳେ

ଜଳନ୍ତା ଚୁଲିରେ ହାତ ପୁରାଇଛି ,

କାହାକୁ କହିବି ଦୁଃଖ

ଫୋଟକାର ଦାଗ ଆଜିବି ହସୁଛି

ଖରାର ଜୀବନ ମୋର

ଛାଇ କାହିଁକି ଖୋଜୁଛି,......

ମନୋରମା ମିଶ୍ର

ଶିଶୁପାଳଗଡ, ଶକ୍ତିନଗର '

ପୁରୁଣା ଭୁବନେଶ୍ଵର,9861674497,


Rate this content
Log in