Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mishra

Romance

2  

Manorama Mishra

Romance

ପ୍ରେମ

ପ୍ରେମ

1 min
6.9K


ପ୍ରେମ ଏକ ପିଲା ଦିନ

କଅଁଳ ଛାତି--

ପ୍ରେମ ଏକ ନଈକୂଳ

ବହଳା ରାତି--


ପ୍ରେମ ଏକ ବୋଉ କୋଳ

ମଧୁ ବରଷା --

ପ୍ରେମ ଏକ ଖରାବେଳେ

ପଖାଳ କଂସା--


ପ୍ରେମ ଏକ ଗାଁ ମୁଣ୍ଡ

ପୋଖରୀ ତୋଟା--

ପ୍ରେମ ଏକ ଏରୁଂଡିର

ସଂଜ ସଳିତା --


ପ୍ରେମ ଏକ କୁଳବଧୂ

ପାଦ ଅଳତା--

ପ୍ରେମ ଏକ କମକୁଟ

ପାଟ ଶାଢୀଟା --


ପ୍ରେମ ଏକ କୁଆଁରୀ ର

ଡରୁଆ କୋହ --

ପ୍ରେମ ଏକ ସକାଳ ର

ନୀରବ ଲୁହ--

ପ୍ରେମ ଏକ କିଶୋର ର

ଲାଜୁଆ ନିଶ--

ପ୍ରେମ ଏକ ଜୀବନର

ଖୋଲା ଆକାଶ --


ପ୍ରେମ ଏକ ବନ୍ଧୁ ପରି

ଜୀବନେ ଆସେ --

ପ୍ରେମ ଏକ ଆଷାଢର

ଫଗୁ ବରଷେ --

ପ୍ରେମ ଏକ କରୁଣର

ଚୋରା ଚାହାଁଣୀ--

ପ୍ରେମ ଏକ ହୃଦୟର

ଖୋଲା କାହାଣୀ--


ପ୍ରେମ ପାଇଁ ବନ୍ଦୀ ହେଲା

ରାଜ ନନ୍ଦୀନି--

ପ୍ରେମ ପାଇଁ ରହିଗଲା

କାହା କାହାଣୀ --

ପ୍ରେମ ଏକ ମିଳନର

ଦୁଃଖ ଓଢଣୀ

ପ୍ରେମ ଏକ ପଣତ ର

ଲଂବା ଘୋଡଣୀ--


ପ୍ରେମ ଏକ ଜୀବନର

ସହଜ ରାସ୍ତା--

ପ୍ରେମ ଏକ ବୟସର

ଜୀବନ ଗାଥା--

ପ୍ରେମ ଏକ ମୋହ ପୂର୍ଣ୍ଣ

ମଧୁ ର ଭାଷା --

ପ୍ରେମ ଏକ ବଂଚିବାର

ସହଜ ଚିନ୍ତା--


ପ୍ରେମ ଏକ ମିଛରୁ

ସତ ସହର--

ପ୍ରେମ ଏକ ଆଶାର

ଆଲୋକ ଧାର --

ପ୍ରେମ ଏକ ସଂସାର ରୁ

ଅଲଗା କଥା--

ପ୍ରେମ ଏକ ଆକାଶ ର

ଧୃବ ତାରାଟା--


ପ୍ରେମ ଏକ ମନତଳ

ନୀରବ ରାତି--

ପ୍ରେମ ଏକ ଶ୍ରାବଣ ର

ଅଭୂଲା ସାଥୀ--

ପ୍ରେମ ଏକ ମାନସିକ

ମଧୁ ର ଗୀତି--

ପ୍ରେମ ଏକ ଶିହରଣ

ଚୁଂବନ ତାତି--


ପ୍ରେମ ଏକ ମିଳନରେ

ମିଳନ ରାତି--

ପ୍ରେମ ଏକ ପୁରାତନ

ଆଶା ର ଝୋଟି--

ପ୍ରେମ ଏକ ପୂର୍ଣ୍ଣ କୁଂଭ

ବାଢୁଅ ପାଣି--

ପ୍ରେମ ଏକ ସଧବା ର

ସଜ ଚାହାଁଣୀ--


ମନୋରମା ମିଶ୍ର

430/2181 ଶକ୍ତି ନଗର,

ଶିଶୁ ପାଳ ଗଡ ,ପୁରୁଣା ଭୁବନେଶ୍ଵର,

9861674497


Rate this content
Log in

Similar oriya poem from Romance