STORYMIRROR

Manorama Mishra

Classics

2  

Manorama Mishra

Classics

ଯେମିତି ଆହାର ସେମିତି ବିଚାର

ଯେମିତି ଆହାର ସେମିତି ବିଚାର

1 min
13.3K


ପରି ସମାପ୍ତି ମହାଭାରତ ଯୁଦ୍ଧ

ଅର୍ଜୁନଙ୍କ ଦ୍ଵାରା ନିର୍ମିତ

ଶର ଶଯ୍ୟାରେ ପିତାମହ ଭୀଷ୍ମ

ଅପେକ୍ଷା ରତ ମୃତ୍ୟୁ ପାଇଁ ଆକୁଳିତ

ଶେଷ ଦର୍ଶନରେ ପାଂଚାଳି ପଂଚୁପାଂଡବ ଓ ଶ୍ରୀ କୃଷ୍ଣ,


ଶେଷ ସମୟରେ ପିତାମହ ଭୀଷ୍ମ

ଯୁଧିଷ୍ଠିରଙ୍କୁ ଉପଦେଶ ଦେବାକୁ ଯାଇ

ପ୍ରକୃତ ରାଜାର ଧର୍ମ ଓ ମାନବ ଧର୍ମ

ଉପରେ ଅନେକ ଉପଦେଶ ଦେଲେ

ଫଳତ ହସିଲେ ଦ୍ରୌପଦୀ,


ଆଶ୍ଚର୍ଯ୍ୟ ଭୀଷ୍ମ

ଏ କି ବ୍ୟବହାର ବୁଦ୍ଧିମତି ଦ୍ରୌପଦୀଙ୍କର

ଗୁରୁତ୍ୱପୂର୍ଣ ଆଲୋଚନା ବେଳେ ପୁଣି

ତାତ୍ସଲ୍ୟର ହସ ,


ବାରଂବାର ପଚାରିଲେ

ପୁତ୍ରୀ ଏପରି ହସିବାର କାରଣ

ଆଶ୍ଚର୍ଯ୍ୟ ଶ୍ରୀ କୃଷ୍ଣ

ଅନୁରୋଧ ସ୍ୱାମୀ ମାନଙ୍କର ,


ସତ ଚେଷ୍ଟା କରି ମଧ୍ୟ

ପିତାମହ ଭୀଷ୍ମଙ୍କୁ ଲୁଚାଇ ପାରିଲେ ନାହିଁ ଦ୍ରୌପଦୀ ହସର ଉଦ୍ଦେଶ୍ୟ

ବରଂ ହାତ ଯୋଡି ପ୍ରଶ୍ନ କଲେ

ପିତାମହ ଭୀଷ୍ମକୁ ---

ହେ ଶ୍ରେଷ୍ଠ, ମୋର ଓ ସ୍ୱାମୀମାନଙ୍କର

ଗୁରୁଜନ

କହି କି ପାରିବେ ସେଦିନ

କୁରୁସଭା ତଳେ

ଆପଣଙ୍କ ଉପସ୍ଥିତରେ

କୌରବମାନେ ଏ ବଂଶକୁ ଅପମାନ କରି

ଆପଣଙ୍କ ଆଦର୍ଶକୁ ପଦାଘାତ କରି

ମୋ ଦେହରୁ ବସ୍ତ୍ର ହରଣ କଲେ

ଅଥଚ ସେଦିନ କେଉଁଠି ଥିଲା

ଆପଣଙ୍କ ରାଜା ଧର୍ମ ଓ ମାନବ ଧର୍ମର ଉପଦେଶ,

ଯେଉଁଥି ପାଇଁ ଆଜି ମୋ ବିବେକ

କଲା ମୋତେ ଶରାଘାତ

ଅଜାଣତରେ ହସି ଦେଲି ମୁଁ,


ହେ ପିତୃ ଦେବ କ୍ଷମା କର ମମଃ

ଆପଣଙ୍କୁ କରିଛି ଅପମାନ,


ଦୀର୍ଘ ନିଶ୍ୱାସରେ ଅସ୍ତବ୍ଯସ୍ତ ଭୀଷ୍ମ

ତଥାପି ଉତ୍ତର ବାଢିଲେ

ସେଦିନ ଦୁର୍ଯ୍ୟୋଧନ ଅନ୍ନ ଖାଇ

ମୋ ରକ୍ତ କଳୁଷିତ ହୋଇ

ବିବେକ୍ ବୁଦ୍ଧି ଜ୍ଞାନର କ୍ଷୟ ହୋଇଥିଲା ହେଲେ

ଆଜି ଅର୍ଜୁନ ବିଛାଇଥିବା ଶର ଶଯ୍ୟାରେ ମୁଁ ତ ଅପେକ୍ଷା ରତ ପୁତ୍ରୀ

ଦେବାକୁ ତୁମ ସମସ୍ତ ପ୍ରଶ୍ନର ଉତ୍ତର,


ମନେ ରଖ ଯେମିତି ଖାଦ୍ୟ ଖାଇବ

ସେମିତି ବିଚାର ଏକା ଆସିବ

ସେମିତି ଜ୍ଞାନ ବି ତୁମର ଉଦୟହେବ ,

ତଥାପି ପୁତ୍ରୀ କ୍ଷମା ଦେବ ଭୀଷ୍ମକୁ

ଭାବି ତୁମ ବାଳୁତ ପୁତ୍ର

ଏଇ ଇଛା ପାଇଁ ଅପେକ୍ଷା କରିଥିଲି

ଶର ଶଯ୍ୟାରେ ଶୋଇ ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics