Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manorama Mishra

Others

3  

Manorama Mishra

Others

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

1 min
6.4K


ଭିଜା ମାଟିର ବାସ୍ନାରେ

ଭାରି ମନେପଡ ପ୍ରିୟତମା ,

ସତେ ଯେମିତି ଆଜି ବି ତମେ

ଉଦାସୀ ଆକାଶ ଛାତିରେ

ଗୋରା ଜହ୍ନ ପରି ଲୁଚି ଲୁଚି ଖେଳୁଛ,

ଶୀତେଇ ଉଠୁଥିବା ସବୁଜ ଗଛର

କଅଁଳିଆ ପତ୍ର ପରି ଥରୁଚ ,

ଆଗମନର ଆବେଗରେ

ମୁଁ ଖୋଜୁଛି ପ୍ରିୟତମା

ବର୍ଷାରେ ବୁଡି ଯାଇଥିବା

ସେଇ ସ୍ମୃତିର ସହରକୁ,

ତୁମ ଓଦା ଅଙ୍ଗେ ତୁମେ କ’ଣ

ଦେଇ ପାରିବ----------

ମୋ ଯୌବନ ଯଉ ଘରେ

ଶୀତଳ ଅଗ୍ନିର ପରଶ ???

ଯାହା ପାଇଁ ଆଜି ବି ଛାତି ଅଗଣାରେ

ବର୍ଷା ଲହଡି ଭାଙ୍ଗୁଛି -------

ପ୍ରିୟ ବର୍ଷାକୁ ଦେଖି

ଭିଜା ଭିଜା ମୁହୂର୍ତ୍ତ ,

----*----

ମନୋରମା ମିଶ୍ର

430/2181 ,ଶକ୍ତି ନଗର,

ଶିଶୁପାଳ ଗଡ , ପୁରୁଣା ଭୁବନେଶ୍ଵର,

ମୋ:--9861674497 ,


Rate this content
Log in