STORYMIRROR

Manorama Mishra

Others

3  

Manorama Mishra

Others

ତୁମେ ଜଗନ୍ନାଥ

ତୁମେ ଜଗନ୍ନାଥ

1 min
14.1K


ଜଗତର ନାଥ ତୁମେ ଜଗନ୍ନାଥ

ସମସ୍ତେ ପକାନ୍ତି ହୁରି

ମୁଁ ଦିନ ଦରିଦ୍ର ଅଭାବି ମଣିଷ

ଡାକି ଡାକି ଭାସିଗଲି ..

ତୋ ଘରେ ଅଭଡା ଷାଠିଏ ପଉଟି

କେତେ ଖିରି ପୁଳି ବାସେ

ମୋ ଘରର ଛୁଆ ଜରି ଗୋଟାଉଛି

ତୋ ଆଖିକୁ ନ ଦିଶେ--

ତୋ ବଡଦେଉଳ କେତେ ଯେ ଗହଳ

ଭକତର ଭିଡ ଲାଗେ

ମୁଁ ଯିବାବେଳକୁ ତୋ ଦେଉଳ ମନା

ଛୁଆଁ ଅଛୁଆଁ ଯେ ଲାଗେ...

ସମସ୍ତେ କହନ୍ତି ତମେ ମହାବାହୁ

ବାହୁ ତଳେ ଶ୍ରଦ୍ଧା ବଂଚେ --

ମୋ ବେଳକୁ କାହିଁ ବାହୁ ଛୋଟ ହୁଏ

ସେଇ କଥା ମୁଁ ଯେ ଭାବେ ...

ତୁ ଆସିଲେ ବୁଲି ବଡଦାଣ୍ଡେ ଘୁରି

ପଣତ ପତାଇ ଥିବି --

ଆଡ ନୟନେ ଅନାଇବୁ ଜଗା

(ମୋ) ବୟସ ଯାଉଛି ସରି ...

ଶ୍ରୀ ମନ୍ଦିର ଆଜି ମୋତେ ସିନା ମନା

ତୋ ବଡ ଦାଣ୍ଡ ମେଲା ଅଛି

କୋକେଇ ମୋର ସେଇ ବାଟେ ଗଲେ

ଆସିବୁରେ ଟିକେ ଦେଖି ....

ଶେଷ ଜୀବନରେ ତୋ ପାଖେ ରହିବି

ହୋଇ ସରଗ ଦୁଆର ବାସୀ

ମହୋଦଧି ତୋର ଶାନ୍ତି ଦେବ କେତେ

ପାଇବି ପରମ ମୁକ୍ତି ..

ମନୋରମା ମିଶ୍ର

ଶକ୍ତି ନଗର , ଶିଶୁପାଳ ଗଡ ,

ପୁରୁଣା ଭୁବନେଶ୍ଵର, ଖୋର୍ଦ୍ଧା,

ମୋ:- 9861674497 ,


Rate this content
Log in