Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦଧିଭାଣ୍ଡ ଭଞ୍ଜନ

ଦଧିଭାଣ୍ଡ ଭଞ୍ଜନ

1 min
340


       

ଜୟ ଗୋପ ବୃନ୍ଦାବନ ଗିରି ଗୋବର୍ଦ୍ଧନ l

    ଜୟ ବୃଷଭାନୁଜେମା ଯଶୋଦା ନନ୍ଦନ ll

ନନ୍ଦ ଚାଟ କହ୍ନେଇଟା ବଡ଼ ନଟ ଖଟ l

  ଯଶୋଦା ଭୁଞ୍ଜାନ୍ତି ତାର ନପୁରଇ ପେଟ ll

ଗୋଟିକା ଅଧାମ ଦୁଧ ସର ଛେନା ଦହି l

     ଦିଅ ଦିଅ ମାଆ କହି କାହ୍ନୁ ନାଚୁଥାଇ ll

ଏକ ଦିନେ କଳାକାହ୍ନୁ ମନେ କରି ଚିନ୍ତା l

   ସଖାଗଣେ ଡାକିଆଣି ପକାଇଲେ କଥା ll

ଆସ ଆସ ସଖା ଗଣ ଶ୍ରୀଦାମ ସୁବଳ l

ଗୋପୀଙ୍କ ମନ୍ଦିରେ ପଶି ଭିଆଇବା ଗୋଳ ll

ଦହି ଦୁଧ ଚୋରି କରି ଛିଣ୍ଡାଇବା ଶିକା l

      ଦହିହାଣ୍ଡିକୁ ମାରିବା ଲକ୍ଷକରି ଟେକା ll

ଏମନ୍ତ ବିଚାରି ଯାଇ ସଖାଗଣ ତୁଲେ l

 ଗୋପୀଙ୍କ ମନ୍ଦିରେ ଯାଇ ସଭିଏଁ ପଶିଲେ ll

ଶିକାରେ ଝୁଲୁଛି ଖଣ୍ଡ ଭାଣ୍ଡ ଦୁଧ ଦହି l

    ହାତ ବଢ଼ାନ୍ତି ଶ୍ରୀକୃଷ୍ଣ ହାତ ପାଉ ନାହିଁ ll

ସଖାଗଣ ଡାକି ଏକ ଆନ ପରେ ବସି l

    ଯଷ୍ଟି କାହୁଁ ଏକ ଆଣି ପିଟିଦେଲେ କଷି ll

ଶ୍ରୀମୁଖେ ଲବଣୀ ଦହି ଭଙ୍ଗା ଦଧିଭାଣ୍ଡ l

  ଗୋପୀଏ ଚକିତ ଦେଖି କହ୍ନେଇର କାଣ୍ଡ ll

ଦଧିଭାଣ୍ଡ ଭଞ୍ଜନ ଏ ଅପୂର୍ବ ଚରିତ l

     କୃଷ୍ଣଚନ୍ଦ୍ର ଚୋରିକରି ଭୁଞ୍ଜେ ନବନୀତ ll

ମହାଚୋର କଞ୍ଜପଦେ ଶତ ନମସ୍କାର l

  ସଞ୍ଜ ହେଲା ଖଞ୍ଜରେ ଦୁଷ୍କୃତ ଚୋରିକର ll

                 


Rate this content
Log in

Similar oriya poem from Inspirational