Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Nayak

Inspirational

4  

Madhusmita Nayak

Inspirational

କବିତା

କବିତା

1 min
376



ତୁମ ପାଇଁ ହସେ ତୁମ ପାଇଁ ଋଷେ

ତୁମ ପାଇଁ ଲେଖେ ନୀତି

ତୁମ ପାଇଁ ପରା ଏ ଜୀବନ ମୋର

ଦେଇଛି ଉତ୍ସର୍ଗ କରି ।


ତୁମ ବିନା ମୋର ସତ୍ତା ନାହିଁ କିଛି

ତୁମେ ମୋ ଜୀବନ ଗୀତି

ତୁମେ ଥିଲେ ସାଥେ ଛୁଏଁ ନାହିଁ ମୋତେ

ଦୁଃଖ ବୋଲି ସେହି ଉକ୍ତି ।


ତୁମ କୁ ଲଭିଛି କେଉଁ ଆର୍ଶୀବାଦେ

କାରଣ ପାଇନି ଖୋଜି

ଜାଣିଛି ଏତିକି ତୁମେ ମୋ ଜୀବନ

ଜିଇଁ ବାର ଏକ ଶକ୍ତି ।


ତୁମ କୁ ଆଙ୍କିଲେ ହୃଦୟ ପଖାଳି

ଆତ୍ମା ପରମାତ୍ମା ଭେଟେ

ତୁମେ କି ନ ଜାଣ ତୁମ କୁ କେତେ ମୁଁ 

ଭଲ ପାଏ ମନେ ମନେ ।


ପ୍ରଥମ ଦେଖାରୁ ନିଜକୁ ହାରିଛି

ତୁମରି ପୀରତି ଧାରେ

ଦୂର କରିବନି ନିଜ ଠୁ କେବେ ହେଁ

ଅଭିଳାଷ ଏହି କରେ  ।


ଅଭିନନ୍ଦନ କି ଦେବି ଗୋ ତୁମ କୁ

ଆଜିର ଦିବସ କ୍ଷଣେ

ତୁମ ପାଇଁ ପରା ସବୁ କ୍ଷଣ ମୋର

ଶୁଭ କାମନା ରେ ଭରେ




Rate this content
Log in

Similar oriya poem from Inspirational