STORYMIRROR

Madhusmita Nayak

Inspirational

3  

Madhusmita Nayak

Inspirational

ଅପାଶୋରା ଇତିହାସ

ଅପାଶୋରା ଇତିହାସ

1 min
184


ବୀର ପ୍ରସବିନୀ ମୋ ଭାରତ ଭୂଇଁ

ମହାନ ତାହାରି ଗାଥା

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

ସମାହିତ ପରା ମାତା ।


ଅପାଶୋରା ତାର ଇତିହାସ ପୃଷ୍ଠା

ଅଭୁଲା ଜାତୀୟ ଗୀତି

ଏକତା ରେ ଭରା ତା ଘର ଅଗଣା

ବାଣ୍ଟୁ ଥାଏ ସଦା ପ୍ରୀତି ।


କୋଳେଇ ନେଇଛି କେତେଯେ ଯାତନା

ତିଳେ କରିନାହିଁ ଆହା

ତେଜିଛି ଯେବେରେ ଅତ୍ୟାଚାର ରେଖା

ରକ୍ତ ଵିନ୍ଧୁ ହୁଏ ସ୍ୱାହା ।


ପ୍ରତି ରକ୍ତ ବିନ୍ଦୁ ବୀର ସନ୍ତାନ ର

ଚିର କାଳ ଜୟୀ ଟିକା 

ଖାତିରି କରିନି ବିଦେଶୀ ଶାସନ

ଗୁଳା ବାରୁଦର ଶିଖା ।


ସୁଚିର ସବୁଜ ବନାନୀ ରେ ଭରା

ଶସ୍ୟ ଶ୍ୟାମଳା ଧରା

ବୈକୁଣ୍ଠ ସମାନ ଲଗାଇ ଯେମିତି

ବନ ଲତା ଚାରୁ ଶୋଭା ।

 

ତଟିନୀ ସାଗର ମିଳନ ବଳୟ

ଝରଣା କୁହଇ କଥା

କାଶ୍ମୀରୀ ଠାରୁ କନ୍ୟାକୁମାରୀ

ବନ୍ଦେ ମୋ ଭାରତ ମାତା ।

 

ପ୍ରକୃତି ରାଣୀର ଶୋଭାରେ ପୂର୍ଣ୍ଣିତ

ଆଦ୍ୟ ଭୂମି ଆଦ୍ୟ ମାତା

ଯେତେ ଝଡ ଆସୁ ହଲିନାହିଁ କେବେ 

ହିମାଳୟ ଗିରି ମଥା ।


ଦେବା ଦେବୀ ଙ୍କ ର ପୂଜା ଅର୍ଚ୍ଚନା ରେ

ଭାରତ କରିନି ହେଳା

ଭକ୍ତି ଭାବ ଯେତେ ଅଜାଡ଼ି ଦେଇଛି

ସଂସ୍କୃତି ପଥରେ ଜାୟା ।


କେତେ ବୀର ଏଠି ସହିଦି ହୋଇଛି

ମାତୃ ଋଣ ଶୁଝି ଦେଇ

କେତେ ମୁନି ଋଷି ଯଜ୍ଞ ଆହୁତି ରେ

ଆର୍ଶୀବାଦ ହୁଏ ପାଇ ।


ମହାନ ମୋ ଦେଶ ମହତ ପଣରେ

ସରି ହେବ କିଏ କାହିଁ 

ଶତ୍ରୁ ହୋଇଲେ ବି ଦେଇଛି ଆସରା

ବିପଦେ ଡାକିଛି ଯହିଁ ।


କଳନା ନାହିଁ ତା ତୁଲନା ନାହିଁ ତା

ସେହି ମୋ ଭାରତ ଭୂଇଁ

ଅପାଶୋରା ଆଜି ଇତିହାସ ତାର

ଏକତା ମନ୍ତ୍ରରେ ଧାୟୀ ।



Rate this content
Log in

Similar oriya poem from Inspirational