STORYMIRROR

Madhusmita Nayak

Others

3  

Madhusmita Nayak

Others

ପାର୍ବଣରେ ମାଆ.....

ପାର୍ବଣରେ ମାଆ.....

1 min
161


ସଜେଇ ହୋଇଛି ସବୁଜ ରାଣୀ ଲୋ

ନା ନା ଫୁଲ ଅଙ୍ଗେ ଧରି

ଫୁଲେଇ ହେଉଛି କାସତଣ୍ଡିଟା ଲୋ

ଗାଁ ଗହିରରେ ଫୁଟି ।।


ମେଘ ମାଳ ମାଳ ଖୁସିରେ ଏକାଠି

ବରଷିବେ ଘନ ଘନ

କଳା ମୟୂରୀଟା ପୁଛକୁ ମେଲେଇ

ନାଚ କରେ ମନୋ ହର।।


ଆସିଲାଣି ପର୍ବ ପାର୍ବଣ ଋତୁ ଲୋ

ତରବର ପୂଜା ପୀଠ

ଝଙ୍କଡ଼ ଧାମରେ ଶାରଳା ମାଆ ଲୋ

ନା ନା ରୂପେ ହୁଏ ସଜ ।।


କେତେ କଳସ ଲୋ ପୂଜା ପାଉ ଥାଏ

ମୂଳାଷ୍ଟମୀ ଦିନଠାରୁ

ଚଣ୍ଡୀ ପାଠେ କମ୍ପେ ଦଶ ଦିଗନ୍ଧି ଲୋ

ମାଆ ମହାମାୟା ଯେଣୁ ।।


ବିନା ଫଗୁଣରେ କୋଇଲି ତତ୍ପର

କଣ୍ଠେ ଭରି ମଧୁ ସ୍ୱନ

ଆସିଲେଣି ମାଆ ନାନା ବାହାନେ ଲୋ

ଆବାହନି ମନ୍ତ୍ର ଗାଅ ।।


ନଅ ପତ୍ରିକା ଠୁ ଭିତର ଆଳତୀ

ସନ୍ଧ୍ୟାର ଦୁର୍ଲ୍ଲଭ କ୍ଷଣ

କ୍ଷଣ ଭଙ୍ଗୁର ଏ ଜୀବନ ପଥରେ

ପାର୍ବଣ ଅଭିନ୍ନ ଅଙ୍ଗ ।।


ନବ ରାତ୍ରେ ମାଆ ନଅ ଅବତାର

ସୁବେଶ ହୋଇବେ ପିଠେ

ଭକତଙ୍କ ଭିଡେ ଘଣ୍ଟ ଘଣ୍ଟା ନାଦେ

ହସିବେ ଝଙ୍କଡ଼ ଧାମେ ।।


ଗୁହାରୀ କରିବେ କୀଟ ଠୁ ପତଙ୍ଗ

ଉଦ୍ଧାର କରିବା ପାଇଁ

ଅନୀତି ଦୁର୍ନୀତି ଅସୁର ରାଜକୁ

ସଂହାର କରିବ ମାୟୀ ।।


ତୁମରି ଚରଣେ ମାଗୁଣି ମାଆ ଲୋ

ଆସିବ ସ୍ଵଦେହେ ଧାଇଁ

ପଥର ପ୍ରତିମା ଜୀବନ୍ତ ହୋଇବ

ଦିବ୍ୟ ସ୍ପର୍ଷ ତୁମ ପାଇ ।।


ଧନ୍ୟ ଧନ୍ୟ ହେବ ଧରା ଠୁ ଅମ୍ବର

ତୁମ ଆଗମନ କ୍ଷଣି

ଉଦ୍ଧାର ଉଦ୍ଧାର ମହି ମହା ମାୟି

ଦୁରାଚାରୀ ନାଶ କରି ।।

          

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍