ଯେଦିନ ନଥିବି ମୁଁ
ଯେଦିନ ନଥିବି ମୁଁ
ସେଦିନ ବି ସଞ୍ଜ ଥିବ
ଅବ୍ୟକ୍ତ ବେଦନାରେ
ସେଦିନ ବି ସାଥ ଥିବ
ବିହଙ୍ଗ ବାହୁଡ଼ାରେ
ସେଦିନ ବି ନିଶା ଥିବ
ନିଃଶବ୍ଦେ ନୀରବରେ
ସେଦିନ ବି ସ୍ୱପ୍ନ ଥିବ
ଅବ୍ୟକ୍ତ ଭାବନାରେ ।
ସେଦିନ ବି ଦେଖା ହେବ
ପାହାନ୍ତି ପ୍ରହରେ
ସେଦିନ ବି ପ୍ରେମ ହେବ
କାକର ଟୋପାରେ
ସେଦିନ ବି ସ୍ୱପ୍ନ ଥିବ
ବାସ୍ତବ କ୍ଷଣରେ
ସେଦିନ ବି ଚୁପ ଓଠ
ନିର୍ବାଣ ପ୍ରାପ୍ତିରେ ।
ସେଦିନ ବି ଲେଖା ହେବ
କାହାଣୀ ପୋଥିରେ
ସେଦିନ ବି ଫୁଲ ଥିବ
ଦରଫୁଟା କଢିରେ
ସେଦିନ ବି ସୂର୍ଯ୍ୟ ମୁଖି
ଚାହିଁଥିବ ସବିତ୍ରେ
ସେଦିନ ବି ମନ ଥିବ
ମଉନ ସ୍ନମତେ ।
ସେଦିନ ବି ଝରୁ ଥିବ
ହୃଦୟୁ ରୁଧିରେ
ସେଦିନ ବି ଲୁହ ଲହୁ
ଏକାକାର ଜୁଇରେ
ସେଦିନ ବି ପ୍ରେମ ହେବ
ଆଖିରେ ଆଖିରେ
ସେଦିନ ବି ଜିତ ହେବ
ଅଗ୍ନିର ବୁକୁରେ ।
