STORYMIRROR

Madhusmita Nayak

Inspirational

4  

Madhusmita Nayak

Inspirational

ଫେରି ଆସ ହେ ବୀର ସୁଭାଷ.....

ଫେରି ଆସ ହେ ବୀର ସୁଭାଷ.....

1 min
336


ଆଜିବି ଭାରତ ଅପେକ୍ଷା କରିଛି

ତୁମରି ଫେରିବା ବାଟ

କାହିଁ ଗଲ ତୁମେ ହେ ବୀର ପ୍ରତାପୀ

ନେତାଜୀ ସୁଭାଷ ବୋଷ ।


ଦେଇ ଥିଲ ଆହ୍ବାନ ଚାଲିବାକୁ ଦିଲ୍ଲୀ 

ଆଜାଦ ଫଉଜ ଗଢି 

ନିଜେ ସଜିଥିଲ ସେନାଧ୍ୟକ୍ଷ ମୁଖ୍ୟ

ଅଭୟ ଧ୍ଵଜାକୁ ଧରି ।


ଖାତିରି ନଥିଲା ଗୁଳି ବାରୁଦ କୁ

ନଥିଲା ଗୋରାଙ୍କୁ ଭୟ

ସ୍ବାଧିନ ଭାରତ ସୁନେଲି ଖରାକୁ

ରକ୍ତ ବଳିଦାନ ଥୟ ।


ତୁମରି ଆହ୍ବାନ ଭରିଲା ସିହର

ଉଠିଲେ ବିର ଜାଗି 

ବାଜିଲା ବିଗୁଲି ଫଟେଇ ମେଦିନୀ

କମ୍ପିଲା ବିଦେଶୀ ଛାତି ।


ଉତ୍କଳ ମାଟିର ଗୌରବ ବୀର ହେ 

ଝୁରୁଛି ଉତ୍କଳ ମାଟି

କଟକ ଓଡ଼ିଆ ବଜାର ମଉ ନେ

ବଖାଣେ ତୁମରି କୀର୍ତ୍ତି ।


ଦେଶ ମାତୃ କାର ତୁମେ ସେହି ପୁତ୍ର

ମୃତ୍ୟୁ ତିଥି ନୁହେଁ ଲେଖା

ଏ ବୀର ସୁଭାଷ ତୁମେ ଫେରି ଆସ

ଏବେବି ସ୍ବାଧିନ ଅଧା ।


ଅଧା ଗଢ଼ା ଏଇ ଦେଶର ବିଭବ

ଅଧା ଆଜି ସବୁ ସ୍ଵପ୍ନ 

ରକ୍ତ ବିନ୍ଧୁ ଆଜି ଶିଥିଳ ହୋଇଛି

ଭରି ଦିଅ ଦେଶ ପ୍ରେମ ।


ଆଉ ଥରେ ଗଢ଼ ସୁନାର ଭାରତ

ତୁମରି ନେତୃତ୍ୱ ପଣେ

ଆଉ ଥରେ ହେଉ ସ୍ବାଧିନ ଭାରତ

ଓଡ଼ିଆ ପୁଅର ସ୍ୱରେ ।


ଜାଗି ଉଠୁ ପୁଣି ଗୌରବ ଗୀତି

ତୁମରି ଆହ୍ବାନ ଶୁଣି

ବୀର ପ୍ରସବିନି ଉତ୍କଳ ଜନନୀ

ଗରବେ ଫୁଲାଉ ଛାତି ।

 

ଭାରତ ମତାଟି ତ୍ରାହି ତ୍ରାହି ଡାକେ

ଶୁଣି ଯାଅ ଥରେ ସୂତ

ଶୋଷଣ କଷଣ ବଳାତ୍କାର ଏଠି

ନୀତି ହୁଏ ଆତ ଜାତ ।


ନେତାଙ୍କ ନେତୃତ୍ୱ ମୁଲ ଚାଲ ନୀତି

କିଣା ବିକା ଦେଶ ପ୍ରୀତି

ଥରେ ଫେରି ଆସ ଭେଟିବାକୁ ତୁମ

ଆଜାଦ ଫଉଜ ସ୍ମୃତି ।


ଶରୀର ରେ ନୁହେଁ ଅସରୀରେ ଆସ

ଥରୁଟିଏ ତୁମେ ଫେରି

ଆଶା ଅସୁମାରୀ ରହିଛି ଅନାଇ

ଫେରିବା କୁ ଜାତି ପ୍ରୀତି ।


  


Rate this content
Log in

Similar oriya poem from Inspirational