STORYMIRROR

NIBEDITA MOHAPATRA

Inspirational

3  

NIBEDITA MOHAPATRA

Inspirational

ଆମ ଜାତୀୟ ଧ୍ବଜା

ଆମ ଜାତୀୟ ଧ୍ବଜା

1 min
201

ସ୍ୱାଧୀନ ତପନ ଲେଲିହାନ ପ୍ରଭା

ଆଣି ନବ ସୂର୍ଯ୍ୟୋଦୟ

ବିଲୋପିତ କରିଛି ବସୁନ୍ଧରାରୁ

କଳଙ୍କ ଭରା ଅଧ୍ୟାୟ

ସମବେତ ଭାରତୀୟ

ମୁକ୍ତ କଣ୍ଠେ କୁହ ଅଖଣ୍ଡ ଭାରତ

ରହିବ ସଦା ଅକ୍ଷୟ।


ସ୍ୱାଧୀନ ପ୍ରଦେଶେ ଜାତିର ସମ୍ମାନ

ପ୍ରତୀକ ସଦ୍ଭାବନାର

ବିବିଧତା ସତ୍ତ୍ୱେ ଏକତାର ବାର୍ତ୍ତା

ବାଣ୍ଟେ ତ୍ରିରଙ୍ଗା ଆମର

ମିଶ୍ରଣ ତିନି ରଙ୍ଗର

ଶୁଣାଏ ସଭିଙ୍କୁ ତ୍ୟାଗ ବଳିଦାନ

କାହାଣୀ ଆର୍ଯ୍ୟବର୍ତ୍ତର।


ଜାତୀୟ ଧ୍ୱଜାର ସର୍ବାଗ୍ରେ ନାରଙ୍ଗୀ

ବର୍ଣ୍ଣର ପଟିଟି ରହି

ପ୍ରଜ୍ଜ୍ଵଳିତ କରେ ଉନ୍ମାଦନା ବହ୍ନି

ବୀରତ୍ୱର କଥା କହି

ପବିତ୍ରତା ବାର୍ତ୍ତା ବହି

ସତ୍ୟ ଶାନ୍ତିର ମାର୍ଗ ଦେଖାଏ ଯିଏ

ଶୁଭ୍ର ରଙ୍ଗ ପରା ସେହି।


ସୁନୀଳ ରଙ୍ଗର ଅଶୋକ ଚକ୍ରଟି

କେନ୍ଦ୍ରେ ବିରାଜିତ ହୋଇ

ଧର୍ମ ନ୍ୟାୟ ପ୍ରଗତି ଚେତନା ବାର୍ତ୍ତା

ସବୁରି କର୍ଣ୍ଣେ କୁହ‌ଇ

ଭ୍ରାତୃତ୍ୱର ଭାବ ନେଇ

ଶ୍ରମ ସମୃଦ୍ଧି ବିଶ୍ୱାସକୁ ସୂଚାଏ

ନିମ୍ନେ ସବୁଜଟି ଥାଇ।


ସଗ‌ଉରବେ ଦେଖ ବାୟୁ ହିଲ୍ଳୋଳେ

ଉଡୁଛି ଜୈତ୍ର କେତନ

ବଜ୍ରଘୋଷେ ଉଦ୍ଘୋଷଣା କରି ସେ ତ

ଦେଉଛି ଏହି ଆହ୍ୱାନ

ସମ୍ମିଳିତ ଜନଗଣ 

ଏକ ତାଳେ ଆସ କରିବା ସରବେ

ଜାତୀୟ ସଙ୍ଗୀତ ଗାନ।


ଉଡି ଉଡି ବିସ୍ତୃତ ନଭ ମଣ୍ଡଳେ

ଆସିଛି ଶାନ୍ତି କପୋତ 

ଧିଶା ରାଗିଣୀରେ ମୈତ୍ରୀ ପ୍ରୀତି ମନ୍ତ୍ରେ

କରିବ ଅଭିମନ୍ତ୍ରିତ

ହେଲେ ଥରେ ଗୁଞ୍ଜରିତ

ବସୁଧୈବ କୁଟୁମ୍ବକମର ଧ୍ୱନି

ଧରା ହେବ ପ୍ରକମ୍ପିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational