STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

କିଛି ଅକୁହା

କିଛି ଅକୁହା

1 min
266

ମନେ ପଡୁ ଅଛି ଅତୀତର କଥା

ଲଜ୍ଜ୍ୟା ମାଡୁ ଅଛି ମନେ,

ବର୍ଷ ୧୯୬୪ ଦୁର୍ଭିକ୍ଷେ ପୀଡ଼ିତ

ଆସୁ ଅଛି ଏବେ ମନେ।୧।


ହୀନତା ରୂପରେ ଗାଆଁର ଅବସ୍ଥା

ଦିଶୁ ଥିଲା ସେତେବେଳେ,

ରାସ୍ତ ଘାଟ ନାହିଁ ବିଜୁଳି ସପନ

ନ ଥିଲା ପୁଲିଆ ନାଳେ।୨।


ତିନି ସାଥି ମିଳି ଯାଇ ଥିଲୁ ହାଟେ

ଆଳୁର ବେପାର ପାଇଁ,

ଆଳୁ ବିକୁଥିଲୁ ଖୁସି ଆନନ୍ଦରେ

ଜୀବିକା ନିର୍ବାହ ପାଇଁ।୩।


ଘୋର ଗରଜନ ଇନ୍ଦ୍ର ଦେବଙ୍କର

ଘନଘନ ବର୍ଷା ଧାର,

ସଙ୍ଗକୁ ପବନ ଅତି ହିଁ ପ୍ରଖର

କମ୍ପି ଉଠେ ହିଁ ଶରୀର।୪।


ଛାଡି ଗଲା ବର୍ଷା ବାନ୍ଧିଲୁ ସାଇକିଲ

ଠେଲି ଠେଲି ଆସୁ ଥିଲୁ,

ସମୟ ଯୌବନ ନାହିଁ ଡ଼ର କିଛି

ଖୁସି ମନେ ଆସୁ ଥିଲୁ।୫।


ଗାଆଁ ପାଖେ ଏକ ନାଳ ରହି ଅଛି

ବଢୁ ଥିଲା ଅତି ବେଗେ

ଠେଲି ଠାଲି କରି ବାହାରି ଗଲୁଟି

ଉଠିଲୁ ଚଟାଣ ଦିଗେ।୬।


ସର୍ପ ପରି ତହିଁ ଦେଖିଲୁ ଆଗକୁ 

ନ ପାରିଲୁ ଆଉ ଯାଇ,

ଚିତ୍କାର କରିଲୁ ଭୟଭୀତ ହୋଇ

ଗାଆଁରେ ଶୁଭିଲା ଯାଇ।୭।


ଘର ଲୋକ ତହୁଁ ଦୌଡି ଆସିଲେ

ଗାଆଁର ଲୋକଙ୍କୁ ଧରି,

କି ହେଲା କି ହେଲ ରାବ ଦେଉଥିଲେ

ଆମର କଥାକୁ ଧରି।୮।


ହସୁଥିଲେ ଜନ ଆମ ଡ଼ର ଦେଖି

ଲଜ୍ଜା ଲାଗୁ ଥିଲା ଅତି,

ସେହି ଦିନ ଠାରୁ ଡ଼ର ଚାଲି ଗଲା

ଭୟ ହୋଇ ଗଲା ଇତି।୯।


ମନେ ପଡୁ ଅଛି ଅତୀତର କଥା

ଲଜ୍ଜା ମାଡୁ ଅଛି ମନେ,

ବର୍ଷ ୧୯୬୪ ଦୁର୍ଭିକ୍ଷେ ପୀଡିତ

ଆସୁ ଅଛି ଏବେ ମନେ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational