STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ନୂଆଖାଇ

ନୂଆଖାଇ

1 min
210


ପରଵରେ ପରବ

ସବୁଠୁ ସରସ ନୂଆ 

ଖାଇ ଗଣ ପରବ

ମେଘମାଳରେ ସୁଶୋଭିତ

ପଶ୍ଚିମ ଓଡ଼ିଶାର ଗୌରବ

ପକ୍ବ ଧାନକ୍ଷେତରୁ ଆଣି

ନୂଆ ଧାନ

ମଉଜରେ ପାଳନ୍ତି ପରବ

ପୂର୍ବ ପ୍ରସ୍ତୁତି କଣିଥାନ୍ତି

କିଣି ନୂଆ ଲୁଗା ଚୁଡି ଶଙ୍ଖା

ନୂଆ ହାଣ୍ଡି ଚକନି ପତର 

ପୁଣି ନା ନା ଦରବ

ବିଦେଶରୁ ଆସନ୍ତି ବନ୍ଧୁ ବାନ୍ଧଵ

ଆଉ କୁନି ଛୁଆ ଭାଇ ଭାଉଜ

ପ୍ରଭାତରେ ନୈବେଦ୍ୟ ହୁଏ

ନୂଆ ଚାଉଳର ଖିରି

ପିଠା ପଣା ଇଷ୍ଟ ଦେବୀ

ମା ସମଲେଇଙ୍କୁ 

ଲୋଭନ୍ତି ମାଙ୍କ କଲ୍ୟାଣମୟ

ଆଶୀର୍ବାଦ

ହୁଏ ଛୋଟରୁ ବଡ ସଭିଙ୍କ

ଭେଟଘାଟ

ସଭିଏଁ ବୟଜ୍ଯେଷ୍ଠଙ୍କୁ 

କରନ୍ତି ପ୍ରଣାମ

ପାଇ ଥାନ୍ତି ଶୁଭାଶିଷ

କରନ୍ତି ଧବଳମୁଖୀ

ମା ସମଲାଇଙ୍କୁ ଦର୍ଶନ

ମନକୁ ମଉଜି  

କାଟନ୍ତି ଦିନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational