STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ରାକ୍ଷୀ

ରାକ୍ଷୀ

1 min
261

ଶ୍ରାବଣର ମେଘ ପାଲିଙ୍କିରେ

ଝରି ଝରି ବରଷା ଧାରେ 

 ରାକ୍ଷୀ ପୂର୍ଣ୍ଣିମା ଆସେ

ଧରା ପୃଷ୍ଠକୁ ମାଳତୀ ଟଗର

ଗାଇ ଉଠନ୍ତି ସ୍ୱାଗତ ଗୀତି

  ରାକ୍ଷୀ ପୂର୍ଣ୍ଣିମା 

ଐଶ୍ୱରୀୟ ପ୍ରେମ ସମ୍ପର୍କର

ବନ୍ଧନ ସ୍ନେହ ପ୍ରୀତି ମମତାର

ନିଦର୍ଶନ ବନ୍ଧନ ସୂତ୍ରଟିଏ

କେବଳ ପୁଲକର ଡୋରି

ଭଉଣୀ ବାନ୍ଧି ଦେବ ଭାଇ

ହାତେ ସଙ୍କେତର ଚିହ୍ନଟିଏ

ସୂତ୍ରର ପରିମାପକ ଡୋରି

 ଚିରକାଳ ଭାଇ ଭଉଣୀର

ସେହ୍ନ ମମତା ଅତୁଟ ଶ୍ରାବଣର

ରୂପା ଜହ୍ନ ତାହାର ସାକ୍ଷୀ

ଚିରକାଳ ଭାଇ ଭଉଣୀର

ଶୁଭ ମନାସନ୍ତି ଉଭୟ

ଭାଇର ସଦା କୁଶଳ ଆୟୁ

କାମନା କରେ ହାତେ ରାକ୍ଷୀ

ବାନ୍ଧି ଭାଇର ଦୀର୍ଘାୟୁ କାମନା

କରେ ଆବେଗର ଦୁଇ ବୁନ୍ଦା

ଅଶ୍ରୁ ଦୁଇ ଆଖିରୁ ଝରି ଆସେ

ପୂର୍ଣ୍ଣିମାର ଧାରେ ପ୍ରିତି ଉଙ୍କି

ମାରି କହିଉଠେ ଭାଇ ଭଉଣୀଙ୍କ

ସ୍ନେହ ସଦା ଅମର ଅମଳିନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational