STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଶ୍ରାବଣ ରାତି

ଶ୍ରାବଣ ରାତି

1 min
264

ଶ୍ରାବଣ ରାତି ଆଜି

ତୁମକୁ ଝୁରୁଛି ପ୍ରିୟବର

ତୁମେ କାହିଁ ଚାଲିଗଲ

ତୁମେ ତୁମକୁ ସେ 

ଅଭୂଲା ଦିନକୁ ଭୂଲି କି ଯାଇଛ

ଏହି ରାତି ଆମ ପାଇଁ

ଥିଲା ମୂକସାକ୍ଷୀ

ତୁମେ ଥିଲ ମୁଁ ଥିଲି

ଆମକୁ ଦେଖି ମେଘ

ଆଇନାରେ ଆମ

ପ୍ରତିଛବି ପ୍ରତିବିମ୍ବିତ

ହେଉଥିଲା ଦୂର

ବନ ମୁଲକରେ ମୟୂର

ନାଚି ଉଠି କହୁଥିଲା

ଦେଖ ଆଜି ତୁମ ଭଳି

ମତୁଆଲା

ରୂପା ଜହ୍ନ ଦେଉଛି

ଖିଲି ଖିଲି ହସି ଅତୀତ

ସ୍ମୃତିକୁ ସୁଗନ୍ଧିତ ପୁଷ୍ପର

ବାସରେ ଆଜି ସାଉଁଟି

ଆଣି ଚୁପି ଚୁମି ମୋ

କାନେ ତୁମ କଥା କହୁଛି

ସତକି ଯାଇଛ ଭୂଲି

ମୋ ଆଖିର ଲୁହ ଧାର

ଶ୍ରାବଣର ଧାରରେ ବୋହି ଯାଇଛି

ତୁମ ପାଇଁ ଉଛୁଳା ନଈର

ଉଜାଣି ଲହରି ମାଳରେ

ସନ୍ଦେଶ ଦେଇ ଛାଡିଛି

ଏଵେ ବି ଅମାନିଆ ମନ

ତୁମକୁ ଝୁରୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational