STORYMIRROR

Sanjaya Ananda Kumar Tripathy

Inspirational

3  

Sanjaya Ananda Kumar Tripathy

Inspirational

ଅବୁଝା ପ୍ରଶ୍ନ ?

ଅବୁଝା ପ୍ରଶ୍ନ ?

1 min
224


ସବୁ ପାଶେ ଥାଇ ଦୂର ଲାଗୁଅଛି 

ସମୟ ବଦଳି ଯାଇଛି 

ଚିହ୍ନା ସହରରେ ସଭିଙ୍କ ଚେହେରା 

ଆଜି ଅଚିହ୍ନା ଲାଗୁଛି ।


ଭଲ ମନ୍ଦ କଥା କିଏ ପଚାରିଲେ 

ପାଟି ଖନି ମାରୁଅଛି 

ସମୟର ପଶାପାଲି ଖେଳେ ଆଜି

ବିଜୟୀ ହାର ମାନିଛି ।


କହି ହେଉ ନାହିଁ ସହି ହେଉ ନାହିଁ 

ମୁକ ସାଜି ମୁଁ ବସିଛି 

ସମୟ ସୁଅରେ ସତରେ ଦୁନିଆଁ 

କେତେ ବଦଳି ଯାଇଛି ।


ଲାଭ ଅବା କ୍ଷତି ହିସାବ କରୁନି 

ଟେକି ଦେଇ ଅଛି ହାତ 

ମଝି ଦରିଆରେ ନଉକା ଚାଲିଛି 

ପାଉ ନାହିଁ ଆଉ କାତ ।


ଅବୁଝା ପ୍ରଶ୍ନର କି ଉତ୍ତର ଦେବି

ବୁଝି ପାରୁନାହିଁ ମୁହିଁ 

ତଥାପି ଖୋଜୁଛି ପ୍ରଶ୍ନର ଉତ୍ତର 

ହାରିବି କେବେ ବି ନାହିଁ ।



Rate this content
Log in

Similar oriya poem from Inspirational