ଧରିବାକୁ ହେବ ଧୈର୍ଯ୍ୟ
ଧରିବାକୁ ହେବ ଧୈର୍ଯ୍ୟ
ଆଖିରେ ପଡୁନି ପଲକ ଆଉ ତ
ଭୋକ ବି ଯାଇଛି ହଜି,
ଜଗତ ଠାକୁର ପରଖି ଦେଖିବେ
କେତେ ଧୈର୍ଯ୍ୟ ଅଛି ଆଜି ।
ଦି ଦିନ ତଳେ ହସୁଥିଲା ଯିଏ
ଆଜି ମନ ମାରି ବସିଛି ,
ସତେ କି ପୂର୍ଣ୍ଣିମା ଚାନ୍ଦକୁ ଆଜି
ରାହୁ ଗ୍ରାସ କରି ବସିଛି ।
ପୂର୍ଣ୍ଣିମା ରାତିଟା ଅନ୍ଧାର ହୋଇଛି
ମନ ହେଉଛି ଅସ୍ଥିର,
ସର୍ବ ମୋକ୍ଷ ଯାଏ ରହିବ ଏମିତି
ନିର୍ଦ୍ଦେଶ ଏ ନିୟତିର ।
ମାନିବାକୁ ହେବ ନିୟତିର ଲେଖା
ଯାହା ହେବ ଭଲ ହେବ,
କିଛି କ୍ଷଣ ପରେ ଜହ୍ନ ଝଲସିବ
ଶୀତଳ ଜ୍ୟୋତ୍ସ୍ନା ବି ଦେବ ।
ଭୋକ ବି ଲାଗିବ ନିଦ ବି ଆସିବ
ସବୁ ଠିକ୍ ହୋଇଯିବ,
ଧରିବାକୁ ହେବ ଧୈର୍ଯ୍ୟ କେବଳ
ଦୁଃସମୟ ଚାଲିଯିବ ।