Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Ananda Kumar Tripathy

Inspirational

4  

Sanjaya Ananda Kumar Tripathy

Inspirational

ସମୟର ପ୍ରତୀକ୍ଷା

ସମୟର ପ୍ରତୀକ୍ଷା

1 min
236


ଦୁଃଖ ଏମିତି ଆରମ୍ଭ ହୋଇଥାଏ

ରାତି ଯେମିତି କିଛି ଅଧିକ ସମୟ

ଦିନଠୁ ମାଗି ନେଇଛି,

ରାତିଟା ସାତ ରାତି ଭଳି ଲାଗୁଛି

ଆଉ ଦୁଃଖରେ ଥିବା ଲୋକଟା

ଆଉଟୁ ପାଉଟୁ ହୋଇ

ସକାଳର ପ୍ରତୀକ୍ଷା କରୁଛି ।

ଅଘୋଷିତ ମୃତ୍ୟୁର କାଳ ଫାଶ

ସେଇ ରାତିରେ ଭୟ ସୃଷ୍ଟି କରୁଛି,

ଦାନବ ଶକ୍ତି ସବୁ ଅନ୍ଧାରରେ

ଅଧିକ ବଳବାନ ହୋଇ ଯାଇଛି ।

ଆଉ ଠିକ୍ ସେଇଠୁ

ଚେତନା ବି ଜାଗ୍ରତ ହେଉଛି,

ନଈ ବଢିରେ ଭାସି ଯାଇ

ଡଙ୍ଗାରେ ବସିଥିବା ଯାତ୍ରୀ

କୂଳ ପାଇବା ଆଶାରେ ପ୍ରତିକୂଳ

ପରିସ୍ଥିତିରେ ବି ସାହସ ବାନ୍ଧୁଛି ।

ଯେମିତି ହେଉ ଧୈର୍ଯ୍ୟ ଧରି

ଡ଼ଙ୍ଗାକୁ ବୁଡିବାରୁ ରକ୍ଷା କରି

କୂଳରେ ପହଞ୍ଚିବା ଆଶା

ଅଧିକ ବଢି ଯାଇଛି ।

ସକାଳ ନିଶ୍ଚୟ ହେବ

ଏ ଅନ୍ଧାର ବି ଚାଲିଯିବ,

ଉବୁଟୁବୁ ହେଉଥିବା ଡ଼ଙ୍ଗା

ନିଶ୍ଚୟ କୂଳରେ ଲାଗିବ

ଏଇ ଆଶା ଓ ଭରସାରେ

ସମୟର ପ୍ରତୀକ୍ଷା କରୁଛି ।



Rate this content
Log in

Similar oriya poem from Inspirational