STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ହିନ୍ଦୁ

ହିନ୍ଦୁ

1 min
14.4K


ହିନ୍ଦୁ ବୋଲି ମୁଁ ଗର୍ବ କରେ ଯେତେ

ସେତିକି ବି କରେ ଦୁଃଖ

ହିନ୍ଦୁ ଧର୍ମକୁ ଶସ୍ତା ଭାବୁଛନ୍ତି

ଅସଭ୍ୟ କେତେକ ଲୋକ ।।

ପ୍ରଭୂଙ୍କ ଫଟୋକୁ ପାଚେରିରେ ମାରେ

ପରିସ୍ରାରୁ ମୁକ୍ତି ପାଇଁ

ଶିଡି କଡ଼ରେ ବି ସେହି ଫଟୋ ମାରେ

ପାନ ଛେପକୁ ସେ ଚାହିଁ ।।

କମିଡିଆନମାନେ ଆମ ଠାକୁରଙ୍କୁ

କରୁଥାନ୍ତି ଥଟ୍ଟା ମଜା

ଆମ ଲୋକ ଦେଖି ତାଳି ମାରୁଥାନ୍ତି

ଟିକିଏ ବି ନାହିଁ ଲଜ୍ଜା ।।

ମନ୍ଦିର ତୋଳିବା ଯଜ୍ଞ କଥା କହି

ପଇସା ନିଅନ୍ତି ମାରି

କେତେ ଲୋକ ପୁଣି ଭିକ୍ଷା ମାଗୁଥାନ୍ତି

ଦେବାଦେବୀ ଫଟୋ ଧରି ।।

ନେହୁରା ହୋଇକି ସଭିଙ୍କୁ କହୁଛି

ଏଥିରୁ ନିବୃତ ରୁହ

ହିନ୍ଦୁ ଧର୍ମକୁ ସମ୍ମାନ ଦେଇକି

ଜୟ ଜୟକାର କୁହ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational