STORYMIRROR

Sanjaya Ananda Kumar Tripathy

Inspirational

3  

Sanjaya Ananda Kumar Tripathy

Inspirational

ଦୋ ଛକି

ଦୋ ଛକି

1 min
185


ବହୁତ କଷ୍ଟ ହୋଇଥାଏ

ଯେତେବେଳେ ଆଖିରେ

ଆସୁଥିବା ଲୁହ

ବାହାରିବା ପାଇଁ

ଅମଙ୍ଗ ହୋଇଥାଏ ।

ବାହାରିଗଲେ କାଳେ

ତା ଦୁର୍ବଳତା ଧରାପଡିଯିବ ବୋଲି

ବରଫ ପରି ଜମାଟ ବାନ୍ଧି

ଆଖିରେ ରହି ଯାଏ ।

ବହୁତ କଷ୍ଟ ହୋଇଥାଏ ,

ଯେତେବେଳେ ଅକୁହା କଥା

ହୃଦୟରୁ ବାହାରି ଆସି

ଜିଭ ଅଗରେ ରହିଯାଇଥାଏ ।

କାନ ଶୁଣୁଥିଲେ ବି ପାଟି ଖୋଲି

କହିବାର ବଳ ନଥାଏ ,

ପାଟି ଖୋଲିଥିବା ମଣିଷଟି

ମୂର୍ତ୍ତି ପରି ନିର୍ବାକ୍ ହୋଇଯାଏ ।

ବୁଦ୍ଧି , ବିବେକ ଥାଇ ମଧ୍ୟ

ଅସହାୟ ହୋଇଯାଏ,

କ'ଣ କରିବ ନ କରିବ ଭାବନାରେ

ଦୋ ଛକିରେ ଠିଆ ହୋଇଥାଏ ।

ଉଚିତ୍ ବୋଲି ଭାବୁଥିଲେ ବି

କହିବାର ସାହସ ପାଏ ନାହିଁ ,

ପ୍ରଭୁଙ୍କ ଇଛା ବୋଲି କହି

ନିଜର ଦୁଇ ହାତ ଟେକିଦିଏ ।



Rate this content
Log in

Similar oriya poem from Inspirational