STORYMIRROR

Sanjaya Ananda Kumar Tripathy

Inspirational

4  

Sanjaya Ananda Kumar Tripathy

Inspirational

ଗୁରୁ

ଗୁରୁ

1 min
284

ଜ୍ଞIନ ଦୀପକର ଜ୍ୟୋତି ତୁମେ ଗୁରୁ

ତୁମେ ଆଲୋକର ପଥ,

ତୁମ କରୁଣାରୁ ଆଲୋକିତ ମୋର

ଜୀବନର ଚଲାପଥ ।୦।

ନିଜେ ଜଳି ଜଳି ଦେଇ ଅଛ ତୁମେ 

ଆଲୋକର ଶିଖା ବୋଲି,

ଏଇ ସଂସାରରେ ମଣିଷଟେ ହୋଇ 

ପାରୁଅଛି ବାଟ ଚାଲି ।

କୃପା କର ମତେ ସବୁ ବେଳେ ଥାଉ

ମୋ ମୁଣ୍ଡରେ ତୁମ ହାତ ।୧।

ପିତାମାତା ଆଉ ଗୁରୁଙ୍କର ଋଣ

କେହି କେବେ ଶୁଝି ନାହିଁ ,

ଶହେ ଥର ଏଠି ଜନ୍ମ ହେଲେ ପୁଣି

ନିଅଣ୍ଟିଆ ହୋଇ ଥାଇ ।

ତାଙ୍କ ଆଶୀର୍ବାଦ ଯଦି ରହି ଥାଏ

ସପନଟା ହୁଏ ସତ ।୨।

ହୃଦୟରୁ ମୋର ଭକ୍ତି ଭାବ ଦୀପ

ତୁମ ନିକଟରେ ଜାଳି,

ସମର୍ପଣ ସବୁ କରୁଅଛି ଗୁରୁ 

ଆଶୀର୍ବାଦ ଦିଅ ଢ଼ାଳି ।

ହୃଦେ ଥାଉ ଭକ୍ତି ସଦା ତୁମ ପାଇଁ 

ମୁହିଁ ତ ନିମିତ୍ତ ମାତ୍ର ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational